Latest Odisha News

BREAKING NEWS

ରାଜ୍ୟରେ ଆଜି ୧୭ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ, ୪ଟି ଜିଲ୍ଲା କରୋନା ମୁକ୍ତ

ଭୁବନେଶ୍ୱର: ଦେଶରେ କରୋନା କେସ୍ ବଢୁଥିଲେ ବି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ୧୭ ଜିଲ୍ଲାରେ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି । ୧୩ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୫ ପଜିଟିଭ୍ ବାହାରିଛନ୍ତି । ବାକି ୧୨ଟି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ (୧୦ରୁ କମ୍) ତଳେ ରହିଛି ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୩ଲ୍କଷ ୩୮ହଜାର ୩୨୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୫ହଜାର ୭୩୯ ଆକ୍ରାନ୍ତ । ଏବେ ରାଜ୍ୟରେ ୬୨୨ଟି କରୋନା ଆକ୍ଟିଭ୍ କେସ୍ ରହିଛି । ୪ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ ଓ କେନ୍ଦ୍ରାପଡ଼ା କରୋନା ମୁକ୍ତ ହୋଇଛି ।

Comments are closed.