Latest Odisha News

BREAKING NEWS

ଜାଲ ନୋଟ୍ କାରବାର ଅଭିଯୋଗରେ ପୂର୍ବତନ ମହିଳା ସରପଞ୍ଚ ଗିରଫ

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଜାଲ୍ ନୋଟ୍ କାରବାର । ଗିରଫ ହେଲେ ପୂର୍ବତନ ମହିଳା ସରପଞ୍ଚ । ନରସିଂହପୁର ବନ୍ଧଗୁଡ଼ାର ପୂର୍ବତନ ସରପଞ୍ଚଙ୍କୁ ଜାଲ୍ ନୋଟ କାରବାରରେ ସମ୍ପୃକ୍ତ ଅଭିଯୋଗରେ ଗିରଫ କରିଛି ହିନ୍ଦୋଳ ଥାନା ପୋଲିସ । ହିନ୍ଦୋଳ ବଜାରରେ ଭଡ଼ା ଘରି ରହି ବଜାରରେ ୧୧ ହଜାର ଟଙ୍କାର କାରବାର ସମୟରେ ବ୍ୟବସାୟୀଙ୍କ ସନ୍ଦେହ ହୋଇଥିଲା ।

Former Sarapanch Arrested On Fake Note Transaction Dhenkanal

ବ୍ୟବସାୟୀ ଜଣକ ଏନେଇ ହିନ୍ଦୋଳ ପୋଲିସକୁ ସୂଚନା ଦେଇଥିଲେ । ହିନ୍ଦୋଳ ଥାନା ପୋଲିସ ପହଞ୍ଚି ନରସିଂହପୁର ବନ୍ଧଗୁଡ଼ାର ପୂର୍ବତନ ସରପଞ୍ଚ ମମତା ସାହୁଙ୍କୁ ହେପାଜତକୁ ନେବା ସହ ଜାଲ୍ ନୋଟ୍ ଜବତ କରିଛି । ଜାଲ୍ ନୋଟ୍ କେଉଁଠୁ ଆସିଲା ଏବଂ ଏହା ପଛରେ କେଉଁ ରାକେଟ୍ କାମ କରୁଛି ସେ ନେଇ ତନାଘନା କରୁଛି ପୋଲିସ ।

Former Sarapanch Arrested On Fake Note Transaction Dhenkanal

ମହିଳା ଜଣଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଜଣାପଡ଼ିଛି । ମହିଳା ଜଣଙ୍କ ସୋମବାର ସନ୍ଧ୍ୟାରେ ହିନ୍ଦୋଳ ବଜାରକୁ ସଉଦା ପାଇଁ ଯାଇଥିଲେ । ୧୧ ହଜାର ଟଙ୍କାର ସାମଗ୍ରୀ କିଣିବା ପରେ ଜାଲ୍ ନୋଟ୍ ଦେଇଥିଲେ । ପୋଲିସ ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ବେଳେ ଆଜି ରିମାଣ୍ଡରେ ଆଣିବା ଲାଗି ଆବେଦନ କରିବ ।

Leave A Reply

Your email address will not be published.