Latest Odisha News

BREAKING NEWS

ଓସ୍କାର ପାଇଁ ମନୋନୀତ‌ ହୋଇଥିବା ନିଜ ଫିଲ୍ମ ‘ଦ ହ୍ୱାଇଟ୍‌ ଟାଇଗର୍’‌କୁ ନେଇ ଏମିତି କହିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର ଦ ହ୍ୱାଇଟ୍‌ ଟାଇଗର୍ ବେଷ୍ଟ ଆଡାପ୍ଟଟେଡ୍ ସ୍କ୍ରିନ୍‌ପ୍ଲେ ବର୍ଗରେ ଓସ୍କାର ୨୦୨୧ ପାଇଁ ମନୋନୀତ ହୋଇଛି। ଏ ନେଇ ନିଜେ ପ୍ରିୟଙ୍କା ପତି ନିକ୍‌ଙ୍କ ସହ ସୋସିଆଲ୍‌ ମିଡିଆରେ ଏହି ଘୋଷଣା କରିଛନ୍ତି।

ଓସ୍କାର ୨୦୨୧ ପାଇଁ ତାଙ୍କ ଫିଲ୍ମ ମନୋନୀତ ହୋଇଥିବା ଘୋଷଣା କରିବା ପରେ ପ୍ରିୟଙ୍କା ଏହା ସହ ଜଡ଼ିତ ଏକ ଫଟୋ ମଧ୍ୟ ସେୟାର କରିଥିଲେ। ଏହାସହ ନେଟଫ୍ଲିକ୍ସ ଫିଲ୍ମ ଲେଖିଥିବା ତଥା ନିର୍ଦ୍ଦେଶନା ଦେଇଥିବା ରମିନ ବହରାନୀଙ୍କ ସହ ସେ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

ପ୍ରିୟଙ୍କା ଦ ହ୍ୱାଇଟ୍‌ ଟାଇଗରରେ ଅଭିନୟ କରିବା ସହ ଏହି ଫିଲ୍ମର ପ୍ରଯୋଜନା ମଧ୍ୟ କରିଛନ୍ତି।

ପ୍ରିୟଙ୍କା ଆହୁରି ମଧ୍ୟ ଲେଖିଛନ୍ତି ଯେ, “ଆମେ ଓସ୍କାର ପାଇଁ ମନୋନୀତ ହୋଇଛୁ! ଫିଲ୍ମ ଦ ହ୍ୱାଇଟ୍‌ ଟାଇଗର୍‌ ଓସ୍କାର ପାଇଁ ମନୋନୀତ ହେବା ଏହାକୁ ଅଧିକ ସ୍ବତନ୍ତ୍ର କରିପାରିଛି। ଏଥିପାଇଁ ଆମେ ଗର୍ବିତ।

Comments are closed.