Latest Odisha News

BREAKING NEWS

ଟିକାକରଣରେ ବୟସ୍କ ନାଗରିକଙ୍କୁ ଅଗ୍ରାଧିକାର, ସରପଞ୍ଚ ବାଛି ପାରିବେନି କିଏ ନେବ ଟିକା

ଭୁବନେଶ୍ୱର: ରାଜ୍ୟରେ ବୟସ୍କ ନାଗରିକଙ୍କ ଟିକାକରଣକୁ ଅଗ୍ରାଧିକାର ଦିଆଯାଇଛି । ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଦୈନିକ ୧ ଲକ୍ଷ ବୟସ୍କ ଲୋକଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ସୋମବାର ୯୨୭ଟି କେନ୍ଦ୍ରରେ ୧ ଲକ୍ଷ ୨୭୩ ଜଣ ବୟସ୍କ ଲୋକଙ୍କୁ ଟିକା ଦିଆଯାଇଛି ।

ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କୁ ମିଶାଇ ସମୁଦାୟ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ ଗତକାଲି ଟିକା ଦିଆଯାଇଛି । ଏପରିକି ଗ୍ରାମାଞ୍ଚଳର ବୟସ୍କ ଲୋକଙ୍କୁ ଟିକା ଦିଆଯାଉଥିବା ସେ ସୂଚନା ଦେଇଛନ୍ତି । ପ୍ରଶାସନ ସହଯୋଗରେ ଘର ଘର ବୁଲି ସଚେତନ କରାଯାଉଛି । ଆଶା ଓ ଅଙ୍ଗନୱାଡ଼ି କର୍ମୀ ଏହି କାମ କରୁଛନ୍ତି । ଆମେ ନିଜ ଆଡ଼ୁ ଏହା କରୁଛୁ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଦେଶ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- କୋଭିଡ୍ ଟିକାକରଣରେ ଓଡ଼ିଶାକୁ ସଫଳତା, ଦିନକରେ ଟିକା ନେଲେ ଲକ୍ଷେରୁ ଅଧିକ ବୟସ୍କ

ଆଣ୍ଟିବଡି ନୂଆ ଷ୍ଟ୍ରେନରେ ବି କାମ କରିବ । ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ କମ ଟିକାକରଣ ହେଉଛି । ଧିରେ ଧିରେ ସ୍ଥିତି ଠିକ୍ ହୋଇଯିବ । ଟିକାକରଣ ପାଇଁ ଲୋକ ଚୟନ କରିବାକୁ ସରପଞ୍ଚମାନଙ୍କୁ କ୍ଷମତା ଦିଆଯାଇ ନଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସ୍ପଷ୍ଟ କରିଛନ୍ତି । ଯେଉଁ ସ୍ଥାନରୁ ଏପରି ଅଭିଯୋଗ ଆସୁଛି, ତାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.