Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥ୍ୟାଙ୍କ ୟୁ କହିଲେ କ୍ରିସ୍ ଗେଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥ୍ୟାଙ୍କ ୟୁ କହିଲେ ଓ୍ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର କ୍ରିସ୍ ଗେଲ୍ । ଏହାସହ ଭାରତ ଓ ଭାରତବାସୀଙ୍କୁ ବି ସେ ଧନ୍ୟବାଦ ଜଣାଇଛନ୍ତି । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କ୍ରିସ୍ ଗେଲ । ଜାମାଇକାକୁ ଭାରତ ସରକାର କୋଭିଡ୍ ଭ୍ୟାକସିନ୍ ପଠାଇଥିବାରୁ ପ୍ରଧାନମନ୍ତ୍ରୀ ଓ ଭାରତକୁ ଧନ୍ୟବାଦ ଜଣାଇଛନ୍ତି କ୍ରିସ ଗେଲ୍ ।

କାରାବେଆନ୍ ଦେଶକୁ ଭାରତ କୋଭିଡ୍ ଭ୍ୟାକସିନ୍ ପହଞ୍ଚାଇଥିବାରୁ ପୂର୍ବରୁ ଓ୍ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଭିଭ୍ ରିଚାର୍ଡସଙ୍କ ସମେତ ଅନ୍ୟ କ୍ରିକେଟର ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଭ୍ୟାକସିନ୍ ମୈତ୍ରୀ ଅଭିଯାନରେ ଭାରତ ସ୍ୱଦେଶୀ ଟିକାକୁ ବିଭିନ୍ନ ଦେଶକୁ ପଠାଉଛି । ଭୁନାଟ୍, ମରିସସ୍, ନେପାଳ, ବାହାରିନ୍, ମାଲଦ୍ୱୀପ, ବାଂଲାଦେଶ ଓ ଶ୍ରୀଲଙ୍କା ଆଦି ଦେଶକୁ ଭାରତ ପଠାଇଛି କୋଭିଡ୍ ଭ୍ୟାକସିନ୍ ।

Leave A Reply

Your email address will not be published.