Latest Odisha News

BREAKING NEWS

କେନାଲ ହୁଡା ଭୁଶୁଡି ୪୦ ହେକ୍ଟର ଚାଷ ଜମି ଜଳମଗ୍ନ

କୋକସରା: ଘାଇ ସୃଷ୍ଟି ହୋଇ ଭାଙ୍ଗିଗଲା କେନାଲ ହୁଡା । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଭିଜନ ଗୁନଗୁନିଆ ଡିଷ୍ଟିବୁଟାରୀ ନିକଟରେ ଘାଇ ସୃଷ୍ଟି ହୋଇ କେନାଲ ହୁଡା ଭୁଶୁଡି ପଡିଛି । ଫଳରେ ରେଙ୍ଗାଳପାଲି ଗାଁର ପ୍ରାୟ ୪୦ ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଜଳମଗ୍ନ ହୋଇଛି । ବ୍ୟାପକ ମାତ୍ରାରେ ଧାନ ଚାଷ ନଷ୍ଟ ହୋଇଛି ।

କେନାଲ ଭୁଶୁଡିବା ଖବର ପାଇ କୁସୁମଖୁଣ୍ଟି ଡିଭିଜନର କନିଷ୍ଠ ଯନ୍ତ୍ରୀ କଳାକାର ନାଏକ ଓ ଗୁନଗୁନିଆ ରାଜସ୍ୱ ନିରୀକ୍ଷକ ଆଶିଷ ନାଏକ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି । ସେପଟେ ନିମ୍ନମାନର କାମ ଯୋଗୁ କେନାଲ ହୁଡା ଭୁଶୁଡିବାକୁ ସ୍ବୀକାର କରିଛନ୍ତି ମୁଖିଗୁଡା ନିର୍ବାହ ଯନ୍ତ୍ରୀ ପଦ୍ମନାଭ ପଣ୍ଡା । ଦୁଇଦିନ ମଧ୍ୟରେ କେନାଲର ମରାମତି କରିବା ସହ ସ୍ୱାଭାବିକ ଭାବରେ ଜଳସେଚନ କରାଯିବ ବୋଳି ସେ କହିଛନ୍ତି ।

କେନାଲର ମରାମତି ଅଭାବରୁ ଅନେକ ସ୍ଥାନରେ କେନାଲ ହୁଡା ଶୋଚନୀୟ ହୋଇଛି । ଫଳରେ ପ୍ରତିବର୍ଷ କେନାଲ ହୁଡା ଭାଙ୍ଗି ଘାଇ ସୃଷ୍ଟି ହୋଇ ଚାଷ ନଷ୍ଟ ହେଉଛି । କେନାଲ ମରାମତି ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ନିମ୍ନମାନର କାମ ଯୋଗୁ ତାହା ବେଶି ଦିନ ତିଷ୍ଟି ପାରୁନି । କେନାଲର ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇ ଭୁଶୁଡି ପଡୁଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ଫଳରେ ଚାଷୀ କଷ୍ଟ କରି କରିଥିବା ଚାଷର ବହୁ କ୍ଷୟକ୍ଷତି ହେଉଛି । 

Leave A Reply

Your email address will not be published.