Latest Odisha News

BREAKING NEWS

ଗୋବିନ୍ଦଙ୍କ ଦର୍ଶନ କଲେ ଗୋବିନ୍ଦା, ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବଲିଉଡ଼ ଷ୍ଟାର ଓ ତାଙ୍କ ପତ୍ନୀ 

ପୁରୀ: ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ । ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିବା କହିଛନ୍ତି ଗୋବିନ୍ଦା । ମହାପ୍ରଭୁଙ୍କୁ ଅତି ନିକଟକୁ ଦେଖି ବିଭୋର ହୋଇଯାଇଥିଲେ ଗୋବିନ୍ଦା । ଜଗାର ଚକାଆଖି ଦେଖି ଭାବରେ ବୁଡିଗଲେ ସୁପରଷ୍ଟାର । କହିଲେ ତାଙ୍କ ଦୟାରୁ ଆଜି ତାଙ୍କ ପାଖକୁ ଆସିଛି । ତାଙ୍କର କୃପା ମୋ ଉପରେ ଅଛି, ସେଥିପାଇଁ ଅନେକ ଅସୁବିଧା ସେ ମୋତେ ରକ୍ଷା କରିଛନ୍ତି । ମହାପ୍ରଭୁ ଜଗନ୍ନାଥ ମୋ ସ୍ୱପ୍ନରେ ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ ପରେ ମୁଁ ସବୁ ବନ୍ଧନରୁ ମୁକ୍ତ‌ ହୋଇଯାଇଛି ବୋଲି ଗୋବିନ୍ଦା କହିଛନ୍ତି । ଏହାପରେ ଶ୍ରୀମନ୍ଦିର ଐତିହ୍ୟ କରିଡର ଭିତରେ ଫୋଟୋ ଉଠାଇଥିଲେ ଗୋବିନ୍ଦା । 

ଗୋବିନ୍ଦାଙ୍କୁ ଭିତରଚ୍ଛୁ ମହାପାତ୍ର ଭବାନୀ ଶଙ୍କର ମହାପାତ୍ର ସ୍ୱାଗତ କରିବା ସହ ତାଙ୍କୁ ନେଇ ପୂଜାର୍ଚ୍ଚନା କରାଇଥିଲେ । ଏହି ଅବସରରେ ଗୋବିନ୍ଦାଙ୍କୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ପ୍ରଦାନ କରିଥିଲେ ସେବାୟତ ।

 

 

Leave A Reply

Your email address will not be published.