ନୂଆଦିଲ୍ଲୀ: ଶିଳ୍ପା ସେଟ୍ଟୀ ଏବଂ ପତି ରାଜ କୁନ୍ଦ୍ରାଙ୍କ ଯୋଡି ବଲିଉଡ୍ର ଏକ ପ୍ରସିଦ୍ଧ ଯୋଡି ମଧ୍ୟରୁ ଗୋଟିଏ। ଶିଳ୍ପା ନିଜର ପ୍ରତିଭା ବଳରେ ଆଜି ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। ତେବେ ପତି ରାଜଙ୍କ ସହ ଡେଟିଂକୁ ନେଇ ଶିଳ୍ପା ଏକ ଗୁମର ଫିଟାଇଛନ୍ତି।
ଯେତେବେଳେ ସେ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଡେଟ କରୁଥିଲେ ସେତେବେଳେ ଶିଳ୍ପା ବ୍ରିଟେନର ପ୍ରସିଦ୍ଧ ରିଆଲିଟି ସୋ ବିଗ୍ ବ୍ରଦର୍ରେ ଅଂଶଗ୍ରହଣ କରିଥିଲେ। ଏହାସହିତ ସେହି ସମୟରେ ଶିଳ୍ପା ଅନୁରାଗ ବସୁଙ୍କ ଚଳଚ୍ଚିତ୍ର ‘ଲାଇଫ୍ ଇନ୍ ଏ ମେଟ୍ରୋ’ର ସୁଟିଂ ମଧ୍ୟ କରୁଥିଲେ।
ଏହି ମ୍ୟୁଜିକାଲ୍ ଡ୍ରାମା ଚଳଚ୍ଚିତ୍ରର ଗୀତଗୁଡ଼ିକ ବେଶ୍ ହିଟ୍ ହୋଇଥିଲା।
ସେ କହିଛନ୍ତି, “ମୁଁ ମେଟ୍ରୋ ପାଇଁ ସୁଟିଂ କରୁଥିଲି ଏବଂ ସେହି ସମୟରେ ବିଗ୍ ବ୍ରଦର ସୁଟ୍ ପାଇଁ ବ୍ରିଟେନକୁ ଯାଇଥିଲି। ସେ ଆହୁରି ମଧ୍ୟ କହିଛନ୍ତି,” ସେହି ସମୟରେ ମୁଁ ରାଜଙ୍କୁ ଭେଟିଥିଲି ଏବଂ ସେ ଏହି ଇନ୍ ଦିନୋ ଗୀତକୁ ବହୁତ ପସନ୍ଦ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଏହାକୁ ମୋର ରିଙ୍ଗ ଟୋନ ମଧ୍ୟ ରଖିଥିଲି।
ଯେତେବେଳେ ବି ଏହି ଗୀତ ବାଜୁଥିଲା, ମୋ ମୁହଁରେ ହସ ଚାଲିଆସେ। ଖୁବ୍ ଶୀଘ୍ର ଶିଳ୍ପା ତାଙ୍କର ଆଗାମୀ ଡ୍ୟାନ୍ସ ରିଅଲିଟି ସୋ ସୁପର ଡାନ୍ସର୍ ଚାପ୍ଟର ୪ରେ ନଜର ଆସିବାକୁ ଯାଉଛନ୍ତି।
Comments are closed.