ମୁମ୍ବାଇ: କଙ୍ଗନା ରାନାୱତ ତାଙ୍କ ଫିଲ୍ମ କ୍ୟାରିୟରରେ ୪ର୍ଥ ଥର ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ହାତେଇଛନ୍ତି । ମଣିକର୍ଣ୍ଣିକା ଓ ପଙ୍ଗା ପାଇଁ ସେ ଚଳିତ ବର୍ଷ ଏହି ପୁରସ୍କାର ପାଇଛନ୍ତି । ଏଥିସହ କଙ୍ଗନା ଅଭିନେତ୍ରୀ ଭାବେ ସର୍ବାଧିକ ଥର ଜାତୀୟ ପୁରସ୍କାର ହାସଲ କରିଥିବା ଶାବନା ଆଜମୀଙ୍କ ନିକଟତର ହୋଇଛନ୍ତି । ଶାବନା ୫ଥର ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି । କୁଇନ କଙ୍ଗନା ୨୦୦୮ରେ ଫ୍ୟାଶନ ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ, ୨୦୧୫ରେ ତନୁ ୱେଡ୍ସ ମନୁ ରିଟର୍ଣ୍ଣସ ଏବଂ ୨୦୧୫ରେ କୁଇନ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଅନ୍ୟ ପକ୍ଷରେ ଶାବନା ଅଙ୍କୁର, ଅର୍ଥ, କଂଧାର, ପାର ଓ ଗଡମଦର ପାଇଁ ରାଷ୍ଟ୍ରୀୟ ପୁରସ୍କାର ପାଇ ସାରିଛନ୍ତି । ସୂଚନାଯୋଗ୍ୟ, ନର୍ଗିସ ଦତଙ୍କୁ ରାତ ଔର ଦିନ ପାଇଁ ପ୍ରଥମ ଅଭିନେତ୍ରୀ ଭାବେ ଏହି ପୁରସ୍କାର ମିଳିଥିଲା । ଅନ୍ୟମାନଙ୍କ ମଧ୍ୟରେ ତବୁ ଓ ସ୍ମିତା ପାଟିଲ ୨ ଥର ଲେଖାଁଏ ଏହି ପୁରସ୍କାର ପାଇଛନ୍ତି ।
BREAKING NEWS
- ବଦଳିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେଉଁ ସହରରେ କେତେ ରହିଛି ମୂଲ୍ୟ
- ମଝି ଆକାଶରେ ଜଳିଗଲା ଜେଟ, ଭିତରେ ଥିଲେ ୨ ପାଇଲଟ
- ଆରମ୍ଭ ହେଲା ଶୀତଳ ଷଷ୍ଠୀ ଯାତ୍ରା, ଆଜି ଚୟନ ହେବେ ମାତା ପାର୍ବତୀଙ୍କ ପିତାମାତା
- ବରଖାସ୍ତ ନିଷ୍ପତ୍ତି ପ୍ରତ୍ୟାହାର କଲା ଏୟାର ଇଣ୍ଡିଆ
- କେନ୍ଦ୍ରୀୟ ଫୋକସରେ ଓଡିଶା, ଆସୁଛନ୍ତି ରାଜନାଥ, ଭୂପେନ୍ଦ୍ର
- ଖୋଲିଲା କେଦାରନାଥ ଧାମ, ହଜାର ହଜାର ଭକ୍ତଙ୍କ ଭିଡ
- ଚିନ୍ତା ବଢାଇଲାଣି ନାଇଲ ଫିଭର, ସରକାରଙ୍କ ପକ୍ଷରୁ ଚେତାବନୀ ଜାରି
- ଆଜି ଓଡିଶା ଆସିବେ ମୋଦି, ଭୁବନେଶ୍ଵରରେ କରିବେ ବିଶାଳ ରୋଡ ସୋ
- ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା, ଚାପ ଖେଳିବେ ମହାପ୍ରଭୁ, ସେପଟେ ଅନୁକୁଳ ହେବ ରଥକାଠ
- ଆଜି ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବ ଚଷା ପୁଅ