Latest Odisha News

ପୁରୁଣା ବସ୍ କିଣେଇ ଦେବେ କହି ଠକି ନେଇଥିଲେ ସାଢ଼େ ୫ ଲକ୍ଷ ଟଙ୍କା

କଟକ: ବେଙ୍ଗଳୁରୁରେ ବିକ୍ରି ହେଉଛି ପୁରୁଣା ବସ୍ । ଦାମ୍ ମାତ୍ର ସାଢ଼େ ୫ ଲକ୍ଷ ଟଙ୍କା । ଏମିତି ବିଶ୍ୱାସ ଜନ୍ମାଇ ଠକ ଜଣଙ୍କ କଟକର ପ୍ରକାଶ ଚନ୍ଦ୍ର ନାୟକଙ୍କ ଠାରୁ ସାଢ଼େ ୫ ଲକ୍ଷ ଟଙ୍କା ନେଇ ଯାଇଥିଲେ । ବସ୍ ତ ବସ୍ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲା ଅଭିଯୁକ୍ତ । ୨୦୧୮ ମସିହାରେ ଅଭିଯୁକ୍ତ ସାଇଲେନ୍ ବିଷୋୟୀ କଟକ ରାମନଗର ଅଞ୍ଚଳର ପ୍ରକାଶ ଚନ୍ଦ୍ର ନାୟକଙ୍କୁ ପୁରୁଣା ବସ୍ କିଣାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ଆରଟିଜିଏସ୍ ମାଧ୍ୟମରେ ପ୍ରକାଶ ସାଢ଼େ ୫ ଲକ୍ଷ ଟଙ୍କା ଅଭିଯୁକ୍ତ ସାଇଲେନ୍ ଆକାଉଣ୍ଟକୁ ପଠାଇଥିଲେ ।

Commissionerate Police Arrested One In Cheating On Name Of Old Bus Purchase

ଟଙ୍କା ମିଳିବା ପରେ ବସ୍ ଦେବା ପାଇଁ ସାଇଲେନ୍ ତାରିଖ ଦେଇଥିଲା, ହେଲେ ବସ୍ ଦେଇ ପାରିନଥିଲା । ସେବେଠୁ ପ୍ରକାଶକୁ ଧରା ଛୁଆଁ ଦେଇନଥିଲା ସାଇଲେନ୍ । ଗୋଟିଏ ଥର ପ୍ରକାଶ ଟଙ୍କା ମାଗିବାରୁ ସାଇଲେନ୍ ଅସଦାଚରଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା । ଏନେଇ ୨୦୨୦ ମସିହା ଫେବ୍ରୁଆରୀ ୨୩ରେ ପୋଲିସର ଅଭିଯୋଗ କରିଥିଲେ ପ୍ରକାଶ ।

ପୋଲିସ ମାମଲାର ତଦନ୍ତ କରି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଗଡ଼ ଗୋପିନାଥ ପ୍ରସାଦ କଲୋନୀର ପ୍ରାଚୀ ବିହାରରେ ରହୁଥିା ସାଇଲେନ୍ କୁମାର ବିଷୋୟୀଙ୍କୁ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ପୋଲିସ ୨୦ ହଜାର ଟଙ୍କା ଜବତ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.