Latest Odisha News

BREAKING NEWS

ଆଜିଠୁ ରାଜଧାନୀର ସବୁ ହଷ୍ଟେଲରେ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଭୁବନେଶ୍ୱରର ସବୁ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କର ହେଉଛି କୋଭିଡ୍ ଟେଷ୍ଟ ।  ଜୋନ୍ ସ୍ତରରେ ବିଭିନ୍ନ ହଷ୍ଟେଲରେ କୋଭିଡ୍‌ ପରୀକ୍ଷା ହେବ। ଏଥିପାଇଁ ସବୁ ଜୋନ୍‌ରେ ସ୍କ୍ବାଡ୍‌ ଗଠନ ହୋଇଛି । ହଷ୍ଟେଲରେ ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ନେବାକୁ ପରାମର୍ଶ ଦେଇଛି ବିଏମସି ।

ଗତ କିଛି ଦିନ ହେବ ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୁକାବିଲା ପାଇଁ ବିଏମସି ପକ୍ଷରୁ ତତ୍ପରତା ଦେଖାଦେଇଛି । ଗତକାଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଉତ୍କଳ ବିଶ୍ୱବିଦ୍ୟାଳୟ, ରେଳ ଷ୍ଟେସନ ଓ ବିମାନବନ୍ଦରରେ ସ୍ଥିତି ଅନୁଧ୍ୟାନ କରିଥିଲେ । କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ ବିଏମସି କମିଶନର ।

Leave A Reply

Your email address will not be published.