ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଗତକାଲି ଦେଢ଼ ଶହ ଓ ଆଜି ସଂଖ୍ୟା ଦୁଇ ଶହ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୨୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୮ଟି । ୨୪ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ୯ଜିଲ୍ଲାରେ ଦୈନିକ ସଂକ୍ରମଣ ପୁଣି ଥରେ ଦୁଇ ଅଙ୍କ ପାର କରିଛି ।
Covid-19 Report For 24th March
New Positive Cases: 214
In quarantine: 126
Local contacts: 88(Details of local contacts will be shared by concerned District Administration)
District Wise Cases:
1. Angul: 6
2. Balasore: 11
3. Bargarh: 13
4. Bhadrak: 4
5. Balangir: 20— I & PR Department, Odisha (@IPR_Odisha) March 25, 2021
ଖୋର୍ଦ୍ଧାରୁ ସର୍ବାଧିକ ୩୩ ପଜିଟିଭ୍ ବାହାରିଥିବା ବେଳେ ସୁନ୍ଦରଗଡ଼ରୁ ୨୭, କଟକ ଓ ବଲାଙ୍ଗିର ଜିଲ୍ଲାରୁ ୨୦ ଜଣ ଲେଖାଏ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୧୩, ବାଲେଶ୍ୱରରୁ ୧୧ ଜଣ ସଂକ୍ରମିତ ହୋଇଥିବା ବେଳେ ଢେଙ୍କାନାଳ, କୋରାପୁଟ ଓ ସମ୍ୱଲପୁର ଜିଲ୍ଲାରୁ ଆଉ ୧୦ ଜଣ ଲେଖାଏ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଦେବଗଡ଼, ଗଜପତି, କେନ୍ଦୁଝର, ମାଲକାନଗିରି, ନୟାଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।
23. Sambalpur: 10
24. Sundargarh: 27
25. State Pool: 7New recoveries: 71
Cumulative tested: 8892109
Positive: 339460
Recovered: 336337
Active cases: 1151— I & PR Department, Odisha (@IPR_Odisha) March 25, 2021
ଦୁଇ ମାସ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇ ଶହ ପାର କରିଛି । ଶେଷ ଥର ପାଇଁ ଜାନୁଆରୀ ୨୪ ତାରିଖରେ ୧୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୯ହଜାର ୪୬୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୬ହଜାର ୩୩୭ ଆକ୍ରାନ୍ତ । ଏବେ ରାଜ୍ୟରେ ୧୧ଶହ ୫୧ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । କରୋନା ମୁକ୍ତ ରହିଛି ମାଲକାନଗିରି ଓ ନୟାଗଡ଼ ଜିଲ୍ଲା ।
Comments are closed.