Latest Odisha News

BREAKING NEWS

ଗୋଟିଏ ଫିଲ୍ମ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିବେ ୩ ଷ୍ଟାର କିଡ୍ସ !

ମୁମ୍ବାଇ: ୩ ଷ୍ଟାର କିଡ୍ସ ଗୋଟିଏ ଫିଲ୍ମ ମାଧ୍ୟମରେ ସେମାନଙ୍କ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ସେମାନେ ହେଲେ ସଲମାନ ଖାଁଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ, ସନୀ ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲ ଓ ସୁରଜ ବଡଜାତ୍ୟାଙ୍କ ପୁତ୍ର ଅବନୀଶ । ରାଜବୀର ଓ ଅଲିଜେହ ଫିଲ୍ମର ହିରୋ ଏବଂ ହିରୋଇନ ଭାବେ କ୍ୟାରିୟର ଆରମ୍ଭ କରିବେ ।

ସେହିପରି ସୁରଜଙ୍କ ପୁତ୍ର ଅବନୀଶ ପ୍ରଥମ ଥର ପାଇଁ ନିର୍ଦ୍ଦେଶନ ଦେବେ । ଏହା ଏକ ରୋମାଂଟିକ କମେଡି ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ବଲିଉଡରେ ଏବେ ଏହି ଷ୍ଟାର କିଡ୍ସଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଖୁବ୍‌ଶୀଘ୍ର ଫିଲ୍ମ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ଅବନୀଶ କହିଛନ୍ତି ।

Leave A Reply

Your email address will not be published.