ବୌଦ୍ଧ/ସୁବର୍ଣ୍ଣପୁର: ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଖଜୁରୀପଡ଼ା ନିକଟରେ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ହୋଇଛନ୍ତି ୩ଜଣ । ଆହତ ଯାତ୍ରୀଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତିରୁପତି ନାମକ ଘରୋଇ ବସ୍ ଭୁବନେଶ୍ୱରରୁ ଭବାନୀପୀଟଣା ଯାଉଥିବାବେଳେ ଖଜରୁପଡ଼ା ନିକଟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ସେହିପରି ବଲାଙ୍ଗିର-ସୋନପୁର ରାସ୍ତାର ବଡ଼ଝିଙ୍କିରେ ଆଉ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଟ୍ରକ ସହ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଛି । ବୋଲେରୋଟି ପାଟଣାଗଡ଼ରୁ ବାହାଘର ସାରି ଫେରିବା ବେଳେ ବଡ଼ଝିଙ୍କିଠାରେ ଚାଉଳ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା । ଆହତଙ୍କୁ ସୋନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
BREAKING NEWS
- ବାଂଲାଦେଶୀ ଅନୁପ୍ରବେଶ ଆଶଙ୍କା, ପଶ୍ଚିମବଙ୍ଗ ସୀମାରେ ଓଡ଼ିଶାର କଡ଼ା ନଜର
- ଆଇପିଏଲ ଅଭିଯାନ ପରେ ଏହି ଦିନ ପୂନର୍ବାର ପଡିଆକୁ ଓହ୍ଲାଇବେ ବୈଭବ
- ଫାଇନାଲ ପୂର୍ବରୁ କଡ଼ା ନିର୍ଦ୍ଦେଶ ଜାରି କଲା ବେଙ୍ଗାଲୁରୁ ପୋଲିସ, RCB ଜିତିଲେ ବି ରାସ୍ତାରେ ହେବନି ସେଲିବ୍ରେସନ୍
- ସେମାନେ ମୋତେ ମାରିବାକୁ ଚାହୁଁଥିଲେ… ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ପରେ ସାମ୍ନାକୁ ଆସିଲା ଏହି ବୟାନ
- ପଳାଶୁଣି ବ୍ରିଜ ଦୁର୍ଘଟଣା: ହାଇୱା ଡ୍ରାଇଭର ଗିରଫ, ଲାଗିଲା ହତ୍ୟା ଉଦ୍ୟମ ଦଫା
- Shital Shasthi:ଶୀତଳ ଷଷ୍ଠୀ ପାଇଁ ୧.୦୮ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ;ଭବ୍ୟତାର ସହ ପାଳନ ପାଇଁ ଏହି ନିଷ୍ପତ୍ତି
- ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ବିରୋଧ: ଫିଙ୍ଗିଲେ ଅଣ୍ଡା ଓ ଢେଲା, ଶୁଭିଲା ଚୋର ଚୋର ନାରା
- ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଇବା ଘଟଣାରେ ଜଣେ ଗିରଫ
- ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଗାନ୍ଧୀ ବନାମ ଗଡସେଙ୍କ କାହାଣୀ, ଫିଲ୍ମ ‘କୌନ ସହି’
- ମାଲକାନଗିରିରେ ଚଢ଼ା ଦରରେ ବିକ୍ରି ହେଉଛି ପେଟ୍ରୋଲ ଡିଜେଲ, କଳାବଜାରୀକୁ ନେଇ ବଢ଼ିଲା ଚିନ୍ତା
Comments are closed.