ପୁନେ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ପୁନେରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚ୍ ଜିତି ଆଗୁଆ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ପ୍ରଥମ ଦିନିକିଆରେ ଆହତ ହୋଇଥିବା ରୋହିତ ଶର୍ମା ଖେଳିବା ନେଇ ସସପେନ୍ସ ଦେଖାଦେଇଛି । ଏଯାଏ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । ଯଦି ରୋହିତ ନଖେଳିବେ ଶିଖର ଧଓ୍ୱନଙ୍କ ସହ ଇନିଂସ ଓପନ୍ କରି ପାରନ୍ତି ଶୁଭମନ୍ ଗିଲ୍ ।
ବର୍ତ୍ତମାନ ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଶକ୍ତିଶାଳୀ ରହିଛି । କ୍ୟାପଟେନ୍ କୋହଲି ଓ କେ. ଏଲ୍. ରାହୁଲ ଯେକୌଣସି ପରିସ୍ଥିତିରେ ଦଳକୁ ବିଜୟ କରାଇବାର ସାମର୍ଥ୍ୟ ରଖିଛନ୍ତି । କୁହାଯାଉଛି ଆଜିର ମ୍ୟାଚରେ ଏକଦିବସୀୟରେ ଡେବ୍ୟୁ କରିପାରନ୍ତି ସୂର୍ଯ୍ୟକୁମାର ଯାଦବ । ସେ ଖେଳିଲେ ଦଳର ବ୍ୟାଟିଂ ଅର୍ଡର ଆହୁରି ଶକ୍ତିଶାଳି ହେବ । ଶ୍ରେୟସ ଆୟାର ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିପାରେ ।
ଅଲରାଉଣ୍ଡର ଭୂମିକାରେ ନଜର ଆସିବେ ପାଣ୍ଡ୍ୟା ବ୍ରଦର୍ସ । ଗତ ମ୍ୟାଚରେ ଅପରାଜିତ ଅର୍ଦ୍ଧଶତକ ମାରିଥିବା କ୍ରୁନାଲ ପାଣ୍ଡ୍ୟାଙ୍କଠାରୁ ପୁଣି ଥରେ ବିସ୍ଫୋରକ ଇନିଂସ ଆଶା କରାଯାଉଛି । ସେହିପରି ପ୍ରଥମ ଦିନିକିଆରେ ଫେଲ୍ ମାରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍ ଚାଲିଲେ ଦଳ ବଡ଼ ସ୍କୋର କରିବ ।
ସେହିପରି ସ୍ପିନ ବୋଲିଂ ସ୍କ୍ୱାଡକୁ ଫେରି ପାରନ୍ତି ଯୁଜବେନ୍ଦର ଚହଲ । କୁଳଦୀପ ଯାଦବଙ୍କ ସ୍ଥାନରେ ସେ ଖେଲି ପାରନ୍ତି । ପ୍ରଥମ ଦିନିକିଆରେ କୁଳଦୀପ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୯ ଓଭର ବୋଲିଂ କରି ୬୮ ରନ୍ ଦେଇଥିଲେ । ଫାଷ୍ଟ ବୋଲିଂରେ କୌଣସି ପରିବର୍ତ୍ତନ କରିବେ ନାହିଁ କୋହଲି । ଭୁବନେଶ୍ୱର କୁମାର, ପ୍ରସିଦ୍ଧି କୃଷ୍ଣା ଓ ସାର୍ଦ୍ଦୁଲ ଠାକୁରଙ୍କ ପୁଣି ଥରେ ରିପିଟ୍ କରିବ ଦଳ ।
ସେହିପରି ସିରିଜକୁ ଫେରିବା ପାଇଁ ଭରପୁର ଉଦ୍ୟମ କରିବ ଇଂଲିଶ ବାହିନୀ । ଅଧିନାୟକ ଇୟନ ମୋର୍ଗାନ ଆହତ କାରଣରୁ ସିରିଜରୁ ବାଦ ପଡ଼ିଛନ୍ତି । ଜୋ ରୁଟଙ୍କ ନେତୃତ୍ୱରେ ଏହି ମ୍ୟାଚ୍ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ମୈଦାନୀକୁ ଓହ୍ଲାଇବ ଇଂଲଣ୍ଡ ।
BREAKING NEWS
- କିଶୋରୀଙ୍କ ସୁରକ୍ଷା ଚିନ୍ତା : ଛାତ୍ରୀମାନେ ପାଇଲେ ଭଲ ଓ ଖରାପ ସ୍ପର୍ଶ ବିଷୟରେ ଶିକ୍ଷା
- ରୁଦ୍ରଙ୍କ ବିରୋଧରେ ଲଢିବେ କି ତାଙ୍କ ସ୍ତ୍ରୀ ?
- ସଙ୍କଟରେ ହରିୟାଣାର ବିଜେପି ସରକାର, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ
- ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋ ଡିଲିଟ କଲେ ରଣବୀର
- ତାତିରେ ଲାଗିଲା ବ୍ରେକ୍; ୩୫ ଡିଗ୍ରୀ ତଳେ ରାଜ୍ୟରେ ୨୦ ସହର
- ଷ୍ଟେଜରେ ନଖ କାଟିଲେ ଅରିଜିତ ସିଂ
- ନାମାଙ୍କନ ପତ୍ର ଦାଖଲ କଲେ ଡ଼ା.ରାଜଶ୍ରୀ ମଲ୍ଲିକ ଓ ରମାକାନ୍ତ ଭୋଇ
- ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା
- ଗ୍ରାଉଣ୍ଡସମ୍ୟାନଙ୍କ ବେକକୁ ଧରିଲେ ଶାକିବ ଉଲ ହାସନ
- ସୌମ୍ୟ ବଦଳାଇବେ ଘସିପୁରା ଗେମ୍ !