Latest Odisha News

BREAKING NEWS

ନୂଆପଡ଼ାରେ ବଢୁଛି କରୋନା କାୟା, ଆଜି ରାଜ୍ୟରୁ ୨୩୪ ପଜିଟିଭ୍

ଭୁବନେଶ୍ୱର: ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ବଢୁଛି । ଓଡ଼ିଶା ସୀମାନ୍ତ ଜିଲ୍ଲା ମାଲକାନଗିରି, ନୂଆପଡ଼ା ଓ ନବରଙ୍ଗପୁରରୁ ବଢୁଛି ଭୟ । ଗତ ୨୪ ଘଣ୍ଟାରେ ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକି ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୩୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୩୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୯୫ଟି ।

ରାଜ୍ୟର ୨୩ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ନୂଆପଡ଼ାରୁ ସର୍ବାଧିକ ୩୩ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୨, କଟକରୁ ୨୯, ବରଗଡ଼ ଜିଲ୍ଲାରୁ ବାହାରିଛନ୍ତି ଆଉ ୨୪ ପଜିଟିଭ୍ । ସେହିପରି କଳାହାଣ୍ଡି ଜିଲ୍ଲାରୁ ୧୭, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ଆଉ ୧୫ ଜଣ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ୱଲପୁରରେ ଏହି ସଂଖ୍ୟା ୧୧ ରହିଛି ।

ତେବେ ଆଶ୍ୱସ୍ତିକର ଖବର ହେଉଛି, ଗତ ୪୮ଘଣ୍ଟା ଭିତରେ ରାଜ୍ୟରେ କେହି କରୋନାରେ ପ୍ରାଣ ହରାଇ ନାହାନ୍ତି । ରାଜ୍ୟରେ ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୯ହଜାର ୬୯୪କୁ ବୃଦ୍ଧି ପାଇଛି । ରାଜ୍ୟରେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୬ହଜାର ୪୦୯ ଆକ୍ରାନ୍ତ । ଏବେ ରାଜ୍ୟରେ ୧୩ଶହ ୧୩ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.