Latest Odisha News

BREAKING NEWS

ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି ୨ ଭାରତୀୟ ଯବାନଙ୍କ ନିଆରା ନୃତ୍ୟ ପ୍ରଦର୍ଶନ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ନିକଟରେ ଲଦାଖର ପାଙ୍ଗଙ୍ଗ ହ୍ରଦ ନିକଟରେ ଦୁଇଜଣ ଭାରତୀୟ ସେନାଙ୍କ ନାଚୁଥିବା ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଗୁଜବ ସୃଷ୍ଟି କରିଛି। ଏହି ଭିଡିଓରେ ଏହି ଦୁଇ ଯବାନ ଲୋକଗୀତରେ ତାଳ ଦେଇ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି।

ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ ପ୍ରତି ମୁହୂର୍ତ୍ତରେ ବାଜି ଲଗାଉଥିବା ଏହି ସାହସୀ ସେନାଙ୍କ ମୁହଁରେ ଟିକେ ହସ ଫୁଟିଗଲେ ବହୁତ ଭଲ ଲାଗେ ନିଶ୍ଚୟ। ସାହସୀ ଭାରତୀୟ ସେନାଙ୍କ ସୁନ୍ଦର ନୃତ୍ୟ ପରିବେଷଣକୁ ଅରୁଣାଚଳ ପ୍ରଦେଶର ସାଂସଦ ଟ୍ୱିଟରରେ ଏହି କ୍ଲିପ ସେୟାର କରିଛନ୍ତି। ଏହାପରେ ଏହି ଭିଡିଓଟି ବେଶ୍‌ ଭାଇରାଲ୍‌ ହୋଇଥିଲା।

Comments are closed.