ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଜାରି ରହିଛି ବିମାନ ସେବା । ବିମାନବନ୍ଦରରେ ପହଞ୍ଚିବା ଠାରୁ ପ୍ରସ୍ଥାନ ଯାଏ ସବୁଠି କୋଭିଡ୍ ନିୟମ ପାଳନ ନେଇ ନିର୍ଦ୍ଦେଶ ରହିଛି । ତେବେ ଦେଶର ଅଧିକାଂଶ ବିମାନବନ୍ଦରରେ କୋଭିଡ୍ ନିୟମକୁ ପାଳନ କରାଯାଉନାହିଁ । ପର୍ଯ୍ୟବେକ୍ଷଣ ବେଳେ ବିମାନବନ୍ଦରରେ କୋଭିଡ୍ ନିୟମ ଠିକ୍ ଭାବେ ପାଳନ ହେଉନଥିବା ପରିଲକ୍ଷିତ କରିଛି DGCA ।
— DGCA (@DGCAIndia) March 30, 2021
ଯାହାକୁ ନେଇ DGCA ଅସନ୍ତୋଷ ପ୍ରକାଶ କରିଛନ୍ତି । କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଓ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡିକୁ ତାଗିଦ୍ କରିଛି DGCA । ନିୟମ କଡ଼ାକଡ଼ି ପାଳନ ପାଇଁ କଡ଼ା ପଦକ୍ଷେପ ନେବା ସହ ଅମାନିଆଙ୍କ ବିରୋଧରେ ସ୍ଥାନୀୟ ପୋଲିସ ସହଯୋଗରେ ଜରିମାନା ଆଦାୟ କରିବାକୁ DGCA ନିର୍ଦ୍ଦେଶ ଦେଇଛନ୍ତି ।
ବିମାନବନ୍ଦରରେ ଯାତ୍ରୀମାନେ ଠିକ୍ ମାସ୍କ ନପିନ୍ଧିବା, ନାକ ଓ ମୁହଁ ଠିକ୍ ଭାବେ ନଘୋଡ଼ାଇବା ସହ ସାମାଜିକ ଦୂରତା ରକ୍ଷା କରାଯାଉନାହିଁ । ଡିଜିସିଏଙ୍କ ନଜରକୁ ଏହା ଆସିବା ପରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।
Comments are closed.