Latest Odisha News

BREAKING NEWS

ନୂଆପଡ଼ା ଜିଲ୍ଲାର ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀରେ ପ୍ରବେଶ ଉପରେ କଟକଣା

ନୂଆପଡ଼ା: ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି । ଗତ କିଛି ଦିନ ହେବ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କଟକଣାକୁ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ । ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । କିଛି ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଯିବାକୁ ବାରଣ କରିଛି ପ୍ରଶାସନ । ପତୋରା ଡ୍ୟାମ୍, ତିଖାଲି ଡ୍ୟାମ୍‌ ଓ ପତାଳଗଙ୍ଗା ଡ୍ୟାମ୍ ନଆସିବାକୁ ପର୍ଯ୍ୟଟକଙ୍କୁ କୁହାଯାଇଛି ।

ଜିଲ୍ଲାରେ ଥିବା ଧର୍ମାନୁଷ୍ଠାନଗୁଡ଼ିକରେ କେବଳ ବିଧି ରକ୍ଷା କରିବାକୁ ପୂଜକଙ୍କୁ ପୂଜା ପାଇଁ ଅନୁମତି ଦିଆଯାଇଛି । ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ଼ ହେଲେ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ସେହିପରି ସାମାଜିକ, ବିବାହ, ଶୁଦ୍ଧିକ୍ରିୟାରେ ଯୋଗ ଦେବା ନେଇ ନୂଆ ଗାଇଡଲାଇନ୍ ଜାରି କରିଛି ନୂଆପଡ଼ା ଜିଲ୍ଲା ପ୍ରଶାସନ । ନିର୍ଦ୍ଦେଶନାମାର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

Leave A Reply

Your email address will not be published.