ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନ୍. ଭି. ରମନା । ତାଙ୍କ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୩ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ । ୨୪ ତାରିଖରେ ଜଷ୍ଟିସ ରମନା ୪୮ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ । ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ବରିଷ୍ଠତା ଭିତ୍ତିରେ ଜଷ୍ଟିସ ରମନାଙ୍କ ନାଁକୁ କେନ୍ଦ୍ର ସରକାରଙ୍କ ପାଖକୁ ସୁପାରିଶ କରିଥିଲେ ଜଷ୍ଟିସ ବୋବଡେ । ପ୍ରଧାନ ବିଚାରପତି ପଦବୀରେ ବର୍ଷେ ଚାରି ମାସ ରହିବେ ଜଷ୍ଟିସ ରମନା ।
ଜଷ୍ଟିସ ଏନ୍. ଭି. ରମନା
୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପ୍ରଦେଶରେ କୃଷ୍ଣା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ରମନା । ଏକ କୃଷକ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୁରା ନାଁ ନଥାଲପତି ଭେଙ୍କଟ ରମନା । ଏବେ ସେ ସୁପ୍ରିମକୋର୍ଟରେ ବିଚାରପତି ଅଛନ୍ତି । ୨୦୦୦ ମସିହାରେ ଜଷ୍ଟିସ ରମନ୍ନା ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭବାରେ ନିଯୁକ୍ତି ପାଇଥିଲେ । ୨୦୧୩ରେ ସେ ଆନ୍ଧ୍ର ହାଇକୋର୍ଟରେ ଦୁଇ ମାସ କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଥିଲେ । ୨୦୧୩ ସେପ୍ଟେମ୍ବରରେ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ଜଷ୍ଟିସ ରମନା । ୨୦୧୪ ଫେବ୍ରୁଆରୀ ୧୭ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବରେ ନିଯୁକ୍ତି ମିଳିଥିଲା ।
BREAKING NEWS
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
Comments are closed.