Latest Odisha News

ସାଇ ଭୋପାଳ କେନ୍ଦ୍ରରେ ୨୪ ଆଥଲେଟଙ୍କ ସମେତ ୩୬ କରୋନା ସଂକ୍ରମିତ

ଭୋପାଳ: ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ (ସାଇ)ର ଭୋପାଳ ସେଂଟରରେ ୨୪ ଆଥଲେଟଙ୍କ ସମେତ ୩୬ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୩ ଏବଂ ୬ ଏପ୍ରିଲରେ କରାଯାଇଥିବା କୋଭିଡ-୧୯ ଟେଷ୍ଟରେ ଉପରୋକ୍ତ ଆଥଲେଟଙ୍କ ନମୁନା ପଜିଟିଭ ଆସିଥିଲା । ତେବେ ଏମାନଙ୍କ ମଧ୍ୟରେ ଅଲିମ୍ପିକ କ୍ୱାଲିଫାଇ କରିଥିବା କୌଣସି ଖେଳାଳି ନାହାନ୍ତି ।

ଆଥଲେଟମାନଙ୍କୁ ଡାକ୍ତରଖାନା ପଠାଇ ଦିଆଯାଇଛି ବୋଲି ସାଇର ଜନୈକ ଅଧିକାରୀ କହିଛନ୍ତି । ଅଧିକାଂଶ ଖେଳାଳି ନିକଟରେ ଉଶୁ ଓ ଜୁଡୋ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରି ଫେରିଛନ୍ତି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଅଲିମ୍ପିକ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Leave A Reply

Your email address will not be published.