Latest Odisha News

BREAKING NEWS

ଭୁବନେଶ୍ବରରୁ ୧୦୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୦୩ ଜଣ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୨୪ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ, ୭୯ ଲୋକାଲ କେସ୍‌ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ ।

ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଟଙ୍କପାଣି ରୋଡ୍‌ ଅଞ୍ଚଳରୁ ସର୍ବାଧିକ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବିଜେପି ନଗର, ବମିଖାଲ୍‌, ଚିନ୍ତାମଣିଶ୍ବର, ଜୟଦେବ ବିହାର, ଭରତପୁର, ମଞ୍ଚେଶ୍ବର, ଫୁଲନଖରା, ପୋଖରୀପୁଟ୍‌, ସିଜୁଆ, ବିବେକାନନ୍ଦ ମାର୍ଗ, ୟୁନିଟ୍‌-୨, ୟୁନିଟ୍‌-୯, ବାଣୀବିହାରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ବାଦଦେଲେ ୟୁନିଟ୍‌-୮ ଅଞ୍ଚଳରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ, ଆଚାର୍ଯ୍ୟ ବିହାରରୁ ୩, ରସୁଲଗଡ଼ରୁ ୩, ସହିଦ୍‌ନଗର, ଶୈଳଶ୍ରୀ ବିହାର, ସତ୍ୟନଗରରୁ ୨ ଜଣ ଲେଖାଏଁ, ଓଲ୍ଡ ଟାଉନ୍‌ରୁ ୬, ପାଇକ ନଗରରୁ ୨, ପଟିଆରୁ ୫, ଝାରପଡ଼ା, କଳିଙ୍ଗ ବିହାର, କଳ୍ପନା, ଲକ୍ଷ୍ମୀ ସାଗର, ନୟାପଲ୍ଲୀରୁ ୨ ଜଣ ଲେଖାଏଁ, ବଡଗଡ଼ରୁ ୩, ବରମୁଣ୍ଡାରୁ ୩ ଓ ଖଣ୍ଡଗିରିରୁ ୮ ଜଣ ଲୋକାଲ କେସ୍‌ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୩୨ ହଜାର ୯୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ, ୩୨ ହଜାର ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୬୧୧ ଜଣ ଆକ୍ରାନ୍ତଙ୍କର ଚାଲିଛି ଚିକିତ୍ସା ।

Leave A Reply

Your email address will not be published.