Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୨୨୮ କରୋନା ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୨୨୮ ଜଣ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ନୂଆପଡ଼ାରୁ ସର୍ବାଧିକ ୪୦ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୩୪ ଜଣ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୨୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ ୨୨ ଜଣ, କଟକରୁ ୧୬, ଅନୁଗୁଳରୁ ୯, ଗଞ୍ଜାମ ଓ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ, ବାଲେଶ୍ବରରୁ ୬, ବଲାଙ୍ଗିର ଓ ଯାଜପୁରରୁ ୫ ଜଣ ଲେଖାଏଁ, ଢ଼େଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ, ଝାରସୁଗୁଡ଼ା, ନୟାଗଡ଼ ଓ ପୁରୀରୁ ୨ ଜଣ ଲେଖାଏଁ, ଜଗତସିଂହପୁରରୁ ଜଣେ ଓ ଷ୍ଟେଟ୍ ପୁଲରୁ ୬ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୮ ହଜାର ୮୯୦ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.