Latest Odisha News

BREAKING NEWS

ଦିଦି ଏଥର ନିର୍ବାଚନ କମିଶନଙ୍କ ଉପରେ ରାଗିଲେ !

କୋଲକାତା:ପଶ୍ଚିମବଙ୍ଗ ନିର୍ବାଚନରେ ମୁସଲମାନ ଭୋଟରଙ୍କୁ ଏକତ୍ର ହେବା ପାଇଁ କହି ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୂଖ୍ୟ ମମତା ବାନାର୍ଜୀ ଅଡୁଆରେ ପଡିଛନ୍ତି । ତାଙ୍କୁ ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଜାରୀ କରାଯାଇଛି । ତେବେ ଦିଦି ତାଙ୍କ ତ୍ରୁଟି ସୁଧାରିବା ବଦଳରେ ନିର୍ବାଚନ କମିଶନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ମୋ ବିରୋଧରେ ୧୦ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଥିବା ବେଳେ ନରେନ୍ଦ୍ର ମୋଦିଙ୍କ ବିରୋଧରେ କେତୋଟି ଅଭିଯୋଗ ଦାଖଲ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ନନ୍ଦିଗ୍ରାମ ମୁସଲମାନଙ୍କୁ ପାକିସ୍ତାନୀ କହିଥିବା ନେତାଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ମୁଁ ଏକତ୍ର ହେବା ପାଇଁ କହୁଛି, ଭାଗ ଭାଗ ପାଇଁ ନୁହେଁ ବୋଲି ମମତା କହିଛନ୍ତି ।

Leave A Reply

Your email address will not be published.