Latest Odisha News

ଅପରାହ୍ଣ ୪ଟାରେ ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ଚଳିତବର୍ଷ ରେକର୍ଡ କରିଛି । ଦିନକରେ ୮ଶହରୁ ସଂଖ୍ୟା ୧୨ ଶହ ଡେଇଁଗଲା । ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୪ଟାରେ ଭିଡିଓ ବାର୍ତ୍ତା ଦେବେ । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରନ୍ତି । ବିଶେଷ କରି କୋଭ୍ଡି ଗାଇଡଲାଇନ ମାନିବା ଓ ଟିକାରଣ ଉପରେ ଗୁରୁତ୍ୱ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଏବେ ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ସଂକ୍ରମଣ ବଢୁଛି । ଏହି ତିନି ଜିଲ୍ଲାରେ କଟକଣା କଡ଼ାକଡ଼ି କରିବା ଉପରେ କିଛି ସୂଚନା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ଜିଲ୍ଲାରେ ଜାରି ହୋଇପାରେ ନାଇଟକର୍ଫ୍ୟୁ । ଏହାସହ କିଭଳି ସଂକ୍ରମଣକୁ ନିଜକୁ, ପରିବାରକୁ ଓ ଅଞ୍ଚଳକୁ ଦୂରେଇ ରଖିବେ ସେଦିଗରେ ସଚେତନତା ବାର୍ତ୍ତା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବରୁ କୋରନା ସ୍ଥିତିର ସମୀକ୍ଷା କରି ଟେଷ୍ଟିଂ, ଟ୍ରେସିଂ, ଏନଫୋର୍ସମେଣ୍ଟ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ । ଛତିଶଗଡ଼ ଯୋଗୁ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ସଂକ୍ରମଣ ବଢୁଛି । ସେସବୁ ଜିଲ୍ଲାରୁ ମୁଖ୍ୟ ସଚିବ ସମେତ ବରିଷ୍ଠ ଅଧିକାରୀଙ୍କୁ ଗସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜ୍ୟରେ ୧୦ ଦିନିଆ ଏନଫୋର୍ସମେଣ୍ଟ ଚାଲିଛି ।

Comments are closed.