ଭୁବନେଶ୍ବର : ଡରାଇଲାଣି କରୋନା ଭୂତାଣୁ । ସଂକ୍ରମଣ ବଢୁଥିବାରୁ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଲାଗୁ ହୋଇଛି କଟକଣା । ଏଣିକି ରାଜ୍ୟ ବାହାରୁ ଆସୁଥିବା ରେଳଯାତ୍ରୀଙ୍କୁ ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।
ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶା ଆସୁଥିବା ଯାତ୍ରୀ, ଯେଉଁମାନେ ୧୦ ଏପ୍ରିଲ, ୨୦୨୧ ଠାରୁ ଯାତ୍ରା ଆରମ୍ଭ କରୁଥିବେ, ସେମାନେ ଯାତ୍ରା କରିବା ପୂର୍ବରୁ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ ଆଣିବେ । ବୈଧ ପ୍ରମାଣପତ୍ର ନଥିଲେ ସେମାନଙ୍କୁ ଲୋକଙ୍କୁ ସାତ ଦିନ କ୍ବାରେଣ୍ଟାଇନରେ ରଖାଯିବ ।
ରାଜ୍ୟର ବିଭିନ୍ନ ସ୍ଥାନରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ପ୍ରତିକୂଳ ପ୍ରଭାବକୁ ରୋକିବା ପାଇଁ ରେଳଯାତ୍ରୀଙ୍କ ଲାଗି ଏଭଳି କଟକଣା ଲଗାଇବାକୁ ନିଷ୍ପତ୍ତି ହୋଇଛି ।
Comments are closed.