Latest Odisha News

BREAKING NEWS

ପରଲୋକରେ ବ୍ରିଟେନ ରାଣୀ ଏଲିଯାବେଥ-୨ୟଙ୍କ ସ୍ବାମୀ ପ୍ରିନ୍ସ ଫିଲିପ

ଇଂଲଣ୍ଡ: ବ୍ରିଟେନର ପ୍ରିନ୍ସ ଫିଲିପଙ୍କ ଦେହାନ୍ତ ହୋଇଛି । ବ୍ରିଟେନର ରାଣୀ ଏଲିଜାବେଥ-୨ୟଙ୍କ ସ୍ବାମୀ ତଥା ଡ୍ୟୁକ୍ ଅଫ ଏଡିନବରୋ ପ୍ରିନ୍ସ ଫିଲିପଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ପ୍ରିନ୍ସ ଫିଲିପଙ୍କର ମୃତ୍ୟୁ ନେଇ ବକିଙ୍ଗହମ ପ୍ୟାଲେସ ତରଫରୁ ସୂଚନା ଦିଆଯାଇଛି ।

ବ୍ରିଟିଶ ରାଜପରିବାରର ୨ୟ ପ୍ରମୁଖ ରାଜପ୍ରାସାଦ ଓ୍ବିଣ୍ଡସର୍ କାସଲରେ ପ୍ରିନ୍ସ ଫିଲିପଙ୍କର ଦେହାନ୍ତ ହୋଇଛି । ଗତ ଫେବ୍ରୁଆରି ମାସରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ସେ ସଂକ୍ରମଣ ଏବଂ ହୃଦ୍‌ରୋଗ ପାଇଁ ଚିକିତ୍ସିତ ହୋଇଥିଲେ । ପରେ ମାର୍ଚ୍ଚ ମାସରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ ।

ପ୍ରିନ୍ସ ଫିଲିପ୍ ୧୯୪୭ରେ କ୍ବିନ ଏଲିଜାବେଥଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ୪ ଜଣ ସନ୍ତାନ ଅଛନ୍ତି । ଏହାସହ ଆଠ ନାତି ଏବଂ ୧୦ ନାତି ନାତୁଣୀ ଅଛନ୍ତି । ପ୍ରିନ୍ସ ଫିଲିପ୍ ଙ୍କ ସମ୍ମାନରେ ବ୍ରିଟିଶ ଜାତୀୟ ପତାକା ୟୁନିୟନ ଜ୍ୟାକକୁ ଅର୍ଦ୍ଧନିମିତ୍ତ କରାଯାଇଛି ।

Leave A Reply

Your email address will not be published.