Latest Odisha News

BREAKING NEWS

ଜେଲରେ ପଶିଲା କରୋନା, ୧୬ କଏଦୀ ସଂକ୍ରମିତ

ବାରିପଦା: ଉତ୍ତର ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଜେଲରେ ପଶିଛି କରୋନା । ରାଇରଙ୍ଗପୁର ଉପକାରାଗାରର ୧୬ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ ଟିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ୨୬ଟି ନମୁନା ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠା ଯାଇଥିବା ବେଳେ ୧୬ ଜଣଙ୍କ ନମୁନା କରୋନା ପଜିଟିଭ୍ ଆସିଛି ।

ଏବେ ସଂକ୍ରମିତ ଅନ୍ତେବାସୀଙ୍କୁ ଜେଲ୍ ପରିସରରେ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ । ଜିଲ୍ଲାରେ ଗତ ୯ ଦିନ ମଧ୍ୟରେ ୧୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ୍ ୮ରେ ସର୍ବାଧିକ ୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୬ ଘଣ୍ଟାରେ ୨୬ ଜଣଙ୍କ ନମୁନା ପଜିଟିଭ୍ ଆସିଛି ।

Comments are closed.