Latest Odisha News

BREAKING NEWS

ରାଜସ୍ଥାନର ଏହି ୧୦ଟି ସ୍ଥାନରେ ବଢିଲା ନାଇଟ୍‌ କର୍ଫ୍ୟୁ

ରାଜସ୍ଥାନ: ରାଜସ୍ଥାନ ସରକାର ଶୁକ୍ରବାର ଦିନ ୧୦ଟି ସହରାଞ୍ଚଳରେ ରାତ୍ରି କର୍ଫ୍ୟୁକୁ ଏପ୍ରିଲ ୩ ୦ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

BjdElectrycity

ଅଜମେର, ଅଲୱାର, ଭିଲୱାରା, ଚିତ୍ତରଗଡ, ଡଙ୍ଗରପୁର, ଜୟପୁର, ଯୋଧପୁର, କୋଟା ଏବଂ ଆବୁ ରୋଡ୍‌ର ନଅଟି ସହରାଞ୍ଚଳରେ ସନ୍ଧ୍ୟା ୭ଟା ସୁଦ୍ଧା ବନ୍ଦ ହେବ। ଏହାସହ ଉଦୟପୁରରେ ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଜାରି ରହିବ ଏବଂ ବଜାର ଘାଟ ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାପୂର୍ବରୁ, ରାତ୍ରି  ସମୟ ରାତି ୧୦ ଟାରୁ ସକାଳ ୬ ଟା ଯାଏ ଲାଗୁ ହୋଇଥିଲା ଏବଂ ଏହା ଏପ୍ରିଲ୍ ୧୯ ପର୍ଯ୍ୟନ୍ତ ଧାର୍ଯ ଥିଲା।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କୋଭିଡ୍-୧୯ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.