Latest Odisha News

କେମିତି ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଅଭିଷେକ?

ମୁମ୍ବାଇ: ନିକଟରେ ଏକ ସାକ୍ଷାତକାରରେ ଅଭିନେତା ଅଭିଷେକ ବଚ୍ଚନ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ତାଙ୍କର ରୋମାଣ୍ଟିକ ସମ୍ପର୍କର ଆରମ୍ଭ ବିଷୟରେ ପ୍ରକାଶ କରିଥିଲେ। ୨୦୦୭ରେ ଏହି ଦମ୍ପତି ବିବାହ ବନ୍ଧ‌ନରେ ଆବଦ୍ଧ ହୋଇଥିଲେ। ସେମାନଙ୍କର ଗୋଟିଏ ଝିଅ ଆରାଧ୍ୟା ମଧ୍ୟ ଅଛି।

ତେବେ ଆପଣ ଜାଣନ୍ତି କି କେଉଁ ସମୟରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ? ତେବେ ଏକ ସାକ୍ଷାତକାରରେ ଅଭିଷେକ ଏ ନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ‘ଉମ୍‌ରୋ ଜାନ୍’‌ ଫିଲ୍ମ ସୁଟିଂ ସମୟରେ ସେ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ।

ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ପ୍ରଥମ ସିନେମା ଥିଲା ‘ଢାଇ ଅକ୍ଷର୍ ପ୍ରେମ କେ’।

Comments are closed.