Latest Odisha News

BREAKING NEWS

ହାଇଦରକୁ ଧରିବାକୁ ଆଲର୍ଟରେ ଓଡ଼ିଶା ପୋଲିସ, ସବୁ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ନଜର

ଭୁବନେଶ୍ୱର: ଓଡ଼ିଶା ପୋଲିସର ଅପରେସନ୍ ହାଇଦର । ଶନିବାପ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଚିକିତ୍ସାଧୀନ ଅବସ୍ଥାରେ ଫେରାର୍ ହୋଇଯିବା ପରେ ପୋଲିସର ଚିନ୍ତା ବଢ଼ିଛି । ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଯଶବନ୍ତ ଜେଠୱା ସୂଚନା ଦେଇଛନ୍ତି- ଖୁବଶୀଘ୍ର ହାଇଦରକୁ ଧରାଯିବ ।

ସବୁ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ନଜର ରଖାଯାଇଛି । ସବୁ ଜିଲ୍ଲାର ଏସପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସଟିଏଫ୍ ଓ ଡିସିପିମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ସଡ଼କ ପଥ, ବିମାନ ବନ୍ଦର ଓ ଷ୍ଟେସନ ଉପରେ ନଜର ରଖିଛି ପୋଲିସ । ୬ଟି ଟିମ୍ ଗଠନ କରାଯାଇଥିବା ବେଳେ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରୁଛି ପୋଲିସ ।

ଓଡ଼ିଶା ପୋଲିସ ରାଜ୍ୟ ବାହାରର ପୋଲିସ ସହ ମଧ୍ୟ ଯୋଗାଯୋଗରେ ରହିଛି । ଗତକାଲି ବିଳମ୍ବିତ ରାତି ଯାଏ ମଞ୍ଚେଶ୍ୱର ଅଞ୍ଚଳରେ ପୋଲିସ୍ ରେଡ୍ କରିଥିଲା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣା, ୬ ପୋଲିସ ନିଲମ୍ବିତ

Leave A Reply

Your email address will not be published.