Latest Odisha News

BREAKING NEWS

SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣା, ୬ ପୋଲିସ ନିଲମ୍ବିତ

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ ସମ୍ବଲପୁର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ସମ୍ବଲପୁର ଏସପି । ବିଭାଗୀୟୟ ତଦନ୍ତ ପରେ କାର୍ଯ୍ୟରେ ଅବହେଳା ସୁରକ୍ଷା ଦାୟିତ୍ୱରେ ଥିବା ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଜଣେ ହାବିଲଦାରଙ୍କ ସମେତ ୫ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି ।

ଶନିବାର ହାଇଦର କଟକ ଏସସିବି ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ୫ ନମ୍ବର କ୍ୟାବିନରୁ ଫେରାର୍ ହୋଇ ଯାଇଥିଲା । ହାଇଦର ଖସି ପଳାଇବା ପରେ କ୍ୟାବିନ୍ ବାହାରୁ ଜଣେ ସୁରକ୍ଷାକର୍ମୀଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହାବିଲଦାର ରମେଶଚନ୍ଦ୍ର ଦେହୁରୀଙ୍କ ସହ ୫ ଜଣ କନେଷ୍ଟବଳ ବୁଲବୁଲ ସାହୁ, ଦୀପକ ସାହୁ, ଏମ.ଡି ମୌସୁମ, ଉମାକାନ୍ତ ବେହେରା ଓ ସୁଦର୍ଶନ ମାଝିଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସପି । ହାଇଦରକୁ ଚିକିତ୍ସା ପାଇଁ ସମ୍ବଲପୁର ବୁର୍ଲାରୁ କଟକ ଏସସିବିକୁ ଗତ ୧୩ ଦିନ ତଳେ ଅଣାଯାଇଥିଲା ।

Leave A Reply

Your email address will not be published.