Latest Odisha News

୩୦ଟି ଏପିସୋଡ୍‌ ଦେଖିଲେ ମିଳିବ ନଗଦ ୧୦୦୦ ଡଲାର୍‌

ନୂଆଦିଲ୍ଲୀ: ଆପଣ ଜାଣନ୍ତି ଗୋଟିଏ ମାସରେ ୩୦ଟି ଏପିସୋଡ୍ ଦେଖିଲେ ମିଳିବ ୧୦୦୦ ଡଲାର୍‌। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ କିନ୍ତୁ ଏହା ଏକ୍‌ଦମ ସତ।

ଏକ ହୋମ ୱାରେଣ୍ଟି ରିଭ୍ୟୁ ୱେବସାଇଟ୍ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଏକ ମାସରେ ଅତି କମରେ ୩୦ ଟି ଏପିସୋଡ୍ ଦେଖିବା ପାଇଁ ଏହି ୱେବସାଇଟ୍ ୧୦୦୦ ଡଲାର୍ ଦେବାକୁ ଅଫର୍ ଦେଉଛି।

ଆମେ ସମସ୍ତେ ଘରର ସାଜସଜ୍ଜା କିମ୍ବା ନବୀକରଣ କ୍ଲିପ୍ ଗୁଡିକୁ ଦେଖିବାକୁ ଭଲ ପାଆନ୍ତି। କିନ୍ତୁ ସାଧାରଣତଃ ସେଗୁଡିକ ଦେଖିବା ପରେ ପୁନଃନିର୍ମାଣ ପାଇଁ ଆମେ ଅଧିକ ଖର୍ଚ୍ଚ କରିଥାଉ।

ତେବେ ଏହି ସୁଯୋଗର ଅର୍ଥ ହେଉଛି ଯେ ଆପଣ ଏହି ଶୋ’ଗୁଡିକୁ ଦେଖିବା ପାଇଁ ଅତିରିକ୍ତ ନଗଦ ପାଇବେ।

ଏହି ଡିଲ୍ ପ୍ରଦାନ କରୁଥିବା ୱେବସାଇଟକୁ ରିଭ୍ୟୁହୋମ ୱାରେଣ୍ଟି କୁହାଯାଏ। ସେମାନେ ଲୋକମାନଙ୍କୁ ତିନୋଟି ଭିନ୍ନ ହୋମ୍‌ ଇମ୍‌ପ୍ରୁଭ୍‌ମେଣ୍ଟ ଶୋ’ର ଦଶଟି ଏପିସୋଡ୍ ଦେଖିବା ପାଇଁ କହୁଛନ୍ତି।

ଶୋ ଦେଖିବା ପରେ, ମନୋନୀତ ବ୍ୟକ୍ତିଙ୍କୁ ଅଭିଜ୍ଞତା ବିଷୟରେ ଏକ ୱାର୍କସିଟ୍ ପୂରଣ କରିବାକୁ ପଡିବ।

ରିଭ୍ୟୁହୋମ ୱାରେଣ୍ଟି ସେମାନଙ୍କ ୱେବସାଇଟରେ ସେୟାର୍ କରି କହିଛନ୍ତି ଯେ ସେମାନେ ଏପରି ବ୍ୟକ୍ତିଙ୍କୁ ଖୋଜୁଛନ୍ତି ଯାହାର “ହୋମ୍‌ ଇମ୍‌ପ୍ରୁଭ୍‌ମେଣ୍ଟ ଶୋ’ ପାଇଁ ଉତ୍ସାହ ରହିଛି।

Leave A Reply

Your email address will not be published.