Latest Odisha News

BREAKING NEWS

ଚାରି ଦିନରେ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୧ କୋଟିରୁ ଅଧିକ ଜରିମାନା ଆଦାୟ

ଭୁବନେଶ୍ୱର: ଓଡିଶା ପୋଲିସ ଦ୍ୱାରା କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଆଦାୟ କରାଯାଇଥିବା ଜରିମାନା ଚାରି ଦିନ ମଧ୍ୟରେ ୧ କୋଟି ଟଙ୍କା ଅତିକ୍ରମ କରିଛି।

ଚତୁର୍ଥ ଦିନରେ ମୁହଁରେ ମାସ୍କ ବ୍ୟବହାର ନିୟମକୁ ଉଲ୍ଲଂଘନ କରିବା ଏବଂ ସାମାଜିକ ଦୂରତା ନମାନିଥିବାରୁ ଓଡିଶା ପୋଲିସ ୧୧,୫୦୦ ଜଣଙ୍କୁ ଦଣ୍ଡିତ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୋଲିସ ୩୪,୬୪,୪୦୦ ଟଙ୍କା ଜରିମାନା ଆଦାୟ କରିଛି।

ରାଜ୍ୟରେ କୋଭିଡ୍‌ ନିର୍ଦ୍ଦେଶାବଳୀର ୪୪,୮୬୪ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାସହ ଗତ ଚାରି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅମାନିଆଙ୍କଠାରୁ ୧,୨୫,୩୨,୦୦୦ ଟଙ୍କା ଜରିମାନା ଆଦାୟ କରିଛି।

Comments are closed.