Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେଲେ ଆଉ ୫୨୩ ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ରାଜ୍ୟରେ ଦିନକୁ ଦିନ ଚିନ୍ତା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୫୨୩ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୮୫ ଜଣ ସୁସ୍ଥ ହୋଇଥିବା ବେଳେ, ନୂଆପଡ଼ାରୁ ୭୪ ଜଣ, କଳାହାଣ୍ଡିରୁ ୫୧, ଝାରସୁଗୁଡ଼ାରୁ ୪୮, ଖୋର୍ଦ୍ଧାରୁ ୩୬, ଗଞ୍ଜାମରୁ ୨୯, ସମ୍ବଲପୁରରୁ ୨୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୨୨, ବଲାଙ୍ଗିର ଓ କେନ୍ଦୁଝରରୁ ୧୮ ଜଣ ଲେଖାଏଁ, ବାଲେଶ୍ବରରୁ ୧୫, ମୟୂରଭଞ୍ଜ ଓ ପୁରୀରୁ ୧୪ ଜଣ ଲେଖାଏଁ, ଯାଜପୁରରୁ ୧୩, କୋରାପୁଟରୁ ୭, ବରଗଡ଼, ଭଦ୍ରକ, ଜଗତସିଂହପୁର, ନବରଙ୍ଗପୁର ଓ ରାୟଗଡ଼ାରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏସବୁ ଜିଲ୍ଲାକୁ ବାଦଦେଲେ କନ୍ଧମାଳରୁ ୪ ଜଣ, ଅନୁଗୁଲ ଓ ଗଜପତିରୁ ୩ ଜଣ ଲେଖାଏଁ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା ଓ ସୋନପୁରରୁ ୨ ଜଣ ଲେଖାଏଁ, ଦେବଗଡ଼ ଓ ନୟାଗଡ଼ରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୯ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୪୧ ହଜାର ୧୨୩ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.