Latest Odisha News

[ଭିଡିଓ] ଅଟୋରିକ୍ସାରେ ଆପାତକାଳୀନ ସେବା !

ସତାରା (ମହାରାଷ୍ଟ୍ର): ମହାରାଷ୍ଟ୍ରରେ କରୋନା ଦେଖାଇଛି କରାଳ ରୂପ । ହସ୍ପିଟାଲରେ ନାହିଁ ପର୍ଯ୍ୟାପ୍ତ ବେଡ୍ ବ୍ୟବସ୍ଥା । ଚରମ ସୀମାରେ ପହଂଚିଛି ରୋଗୀଙ୍କ ଦୁର୍ଦ୍ଦଶା । ଏମିତି ସ୍ଥିତିରେ ଜଣେ ମହିଳାଙ୍କ ଚକିତକର ଭିଡିଓ ସମସ୍ତଙ୍କୁ ତାଜୁବ କରିଛି ।

ଅକ୍ସିଜେନ୍ ସିଲିଣ୍ଡର ଧରି ଅଟୋରିକ୍ସାରେ ଅପେକ୍ଷାରତ ମହିଳାଙ୍କ ଦୃଶ୍ୟ ମହାରାଷ୍ଟ୍ରର ସତାରା ଜିଲ୍ଲାରୁ ସାମ୍ନାକୁ ଆସିଛି । ଏହି ଭିଡିଓରେ ଜଣେ ବୟସ୍କ ମହିଳା ଅଟୋରିକ୍ସାରେ ବସିଥିବାବେଳେ ନିଃଶ୍ୱାସ ପ୍ରଶ୍ୱାସ ପାଇଁ ଏକ ବଡ ଅକ୍ସିଜେନ୍ ସିଲିଣ୍ଡର ଉପରେ ନିର୍ଭର ଥିବା ସ୍ପଷ୍ଟ ଦେଖାଯାଇପାରେ । ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍ ନଥିବାରୁ ମହିଳା ଜଣକ ହସ୍ପିଟାଲ ବାହାରେ ଅପେକ୍ଷା କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.