Latest Odisha News

ସୋନୁଙ୍କ ମହାନତା: ୧୦ଟି ଅକ୍ସିଜେନ୍ ଜେନେରେଟର୍ ପଠାଇଲେ ଇନ୍ଦୋର 

ମୁମ୍ବାଇ: କରୋନାର ଦ୍ୱିତୀୟ ଲହର ସହ ଲଢ଼ିବାକୁ ପୁଣି ଆଗେଇ ଆସିଛନ୍ତି ସୋନୁ ସୁଦ୍ । ମଧ୍ୟପ୍ରଦେଶ ଇନ୍ଦୋର ପାଇଁ ସୋନୁ ସହାୟତାର ହାତ ବଢ଼ାଇଛନ୍ତି । ସୋନୁ ଏକ ଭିଡିଓ ସେୟାର କରି କହିଛନ୍ତି, ଇନ୍ଦୋରବାସୀ ନିଜର ଧ୍ୟାନ ରଖନ୍ତୁ । ଇନ୍ଦୋରବାସୀଙ୍କୁ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ ଥିବାରୁ ମୁଁ ୧୦ଟି ଅକ୍ସିଜେନ ଜେନେରେଟର ପଠାଉଛି । ପରସ୍ପରକୁ ସାହାଯ୍ୟ କଲେ ଆମେ ନିଶ୍ଚୟ ମହାମାରୀରୁ ମୁକ୍ତି ପାଇପାରିବା ବୋଲି କହିଛନ୍ତି । 

ଦେଶରେ କରୋନା ଭାଇରସର ସେକେଣ୍ଡ ୱେଭ୍ ଜାରି ରହିଛି । ସ୍ଥିତି ଦିନକୁ ଦିନ ବିଗିଡିବାକୁ ଲାଗିଲାଣି । ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଅଭାବ ଦେଖାଦେଲାଣି । ଏଭଳି ପରିସ୍ଥିତିରେ ସୋନୁ ସୁଦଙ୍କ ସହାୟତା ପ୍ରଶଂସନୀୟ । 

Leave A Reply

Your email address will not be published.