Latest Odisha News

‘ଦୋସ୍ତାନା ୨’ରୁ ଆଉଟ୍‌ ହେଲେ କାର୍ତ୍ତିକ

ମୁମ୍ବାଇ: ୨୦୧୮ରେ କରଣ ଜୋହରଙ୍କ ଦୋସ୍ତାନା ୨ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଥିବା କାର୍ତ୍ତିକ ଆର୍ଯ୍ୟନ ବର୍ତ୍ତମାନ ଫିଲ୍ମରୁ ବାହାରିଯାଇଛନ୍ତି। ତେବେ କାର୍ତ୍ତିକ ଆର୍ଯ୍ୟନଙ୍କୁ କିଏ ଏହି ଫିଲ୍ମରୁ ବାହାର କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ତାରିଖର ଧାର୍ଯ୍ୟ ନଥିବାରୁ କାର୍ତ୍ତିକ ଏହି ଫିଲ୍ମ ଛାଡିଥିବା କୁହାଯାଉଛି। ୨୦୦୮ରେ ମୁକ୍ତିଲାଭ କରିଥିବା ଦୋସ୍ତାନା ବେଶ୍‌ ହିଟ୍‌ ହୋଇଥିଲା। ଏଥିରେ ପ୍ରିୟଙ୍କା ଚୋପ୍ରା, ଜନ୍ ଆବ୍ରାହମ୍ ଏବଂ ଅଭିଷେକ ବଚ୍ଚନ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ତେବେ ଦୋସ୍ତାନା ୨ରେ କାର୍ତ୍ତିକଙ୍କ ବିପକ୍ଷର ନାୟିକା ଥିଲେ ଜାହ୍ନବୀ କପୁର।

ନିକଟରେ କାର୍ତ୍ତିକ କରୋନା ଆକ୍ରାନ୍ତ ମଧ୍ୟ ହୋଇଥିଲେ।

Leave A Reply

Your email address will not be published.