Latest Odisha News

BREAKING NEWS

ଭୂମିକମ୍ପରେ ଥରିଲା ଜାପାନ

ଟୋକିଓ: ଜାପାନରେ ଭୂକମ୍ପ ଝଟକା ଅନୁଭୂତ । ଆଜି ସକାଳେ ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ଥିଲା । ପ୍ରାୟ ୯ଟା ୨୯ରେ ଏହି କମ୍ପନ ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ମିୟାଗି ପ୍ରିଫେକ୍ଟର । 

ଜାପାରେ ଭୂମିକମ୍ପ ହେବା କିଛି ନୂଆ ନୁହେଁ । ପୂର୍ବରୁ ଜାପାନରେ ଅନେକ ଥର ଭୂମିକମ୍ପ ହୋଇସାରିଛି । ପୂର୍ବରୁ ମାର୍ଚ୍ଚ ୨୦ରେ ଜାପାନରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ଥିଲା । 

Leave A Reply

Your email address will not be published.