Latest Odisha News

BREAKING NEWS

କୋଭିଡ୍ ଔଷଧ ଓ ସ୍ୱାସ୍ଥ୍ୟ ସାମଗ୍ରୀର କଳାବଜାର ଉପରେ ନଜର ରଖିବ ସ୍ପେଶାଲ୍ ସ୍କ୍ୱାଡ୍

ଭୁବନେଶ୍ୱର: କରୋନା କାଳରେ ଔଷଧ କଳାବଜାର କରୁଥିଲେ ସାବଧାନ ହୁଅନ୍ତୁ । ନଚେତ୍ କଡ଼ା କାର୍ୟ୍ୟାନୁଷ୍ଠାନ ହେବ । କୋଭିଡ୍ ଔଷଧ ଓ ଚିକିତ୍ସା ଉପକରଣ କଳାବଜାର ରୋକିବାକୁ ଗଠନ ହୋଇଛି ୨୩ଟି ସ୍ପେଶାଲ୍ ସ୍କ୍ୱାଡ୍ । ରାଜ୍ୟବ୍ୟାପୀ ଚାଲିବ ସ୍ପେଶାଲ ଡ୍ରାଇଭ୍ । ଏନେଇ ଆଜି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା ।

କଟକ ଓ ଭୁବନେଶ୍ୱର ପାଇଁ ୭ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି । ଅନ୍ୟ ସବୁ ଜିଲ୍ଲା ପାଇଁ ୧୫ଟି ଫ୍ଲାଇଂ ସ୍କ୍ୱାଡ୍ ନିୟୋଜିତ ହେବେ । ଫୋକସରେ ରହିବ ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ବରଗଡ ଆଦି ଜିଲ୍ଲା। ଔଷଧ ଓ ଜରୁରୀ ଚିକିତ୍ସା ସାମଗ୍ରୀରେ କଳାବଜାର କରୁଥିଲେ କ୍ରିମିନାଲ ଆଇନ ଅନୁସାରେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ।

ଆଗକୁ ଜୋରଦାର ହେବ ଚଢ଼ାଉ ଅଭିଯାନ । ସବୁଦିନ ମନିଟରିଂ ହେବ । କ୍ରାଇମବ୍ରାଞ୍ଚ ଏସଟିଏଫ୍, ପୋଲିସ ଓ କ୍ରାଇମବ୍ରାଞ୍ଚ ଡିଆଇଜି ଏହି କାର୍ୟ୍ୟର ତଦାରଖ କରିବେ । ନିକଟରେ କୋଭିଡ୍ ଔଷଧ ଏବଂ ଏସମ୍ପର୍କିତ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଓ ଉପକରଣର କଳାବଜାର ଉପରେ ନଜର ରଖିବାକୁ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ନେତୃତ୍ୱରେ କମିଟି ଗଠନ କରିଥିଲେ ସରକାର ।

Leave A Reply

Your email address will not be published.