Latest Odisha News

BREAKING NEWS

କରୋନା ପଜିଟିଭ୍ ହୋଇ ବି ସାହାଯ୍ୟ କରିବା ଜାରି ରଖିଛନ୍ତି ସୋନୁ ସୁଦ, ପାଠ ପଢିବାକୁ ପିଲାଙ୍କୁ ଦେଲେ ମୋବାଇଲ 

ମୁମ୍ବାଇ: କରୋନା ପଜିଟିଭ୍ ହୋଇ ବି ଅଟକି ନାହାନ୍ତି ସୋନୁ ସୁଦ୍ । ଆବଶ୍ୟକୀୟ ପିଲାଙ୍କୁ ମୋବାଇଲ ଫୋନ ଦେଇଛନ୍ତି ସୋନୁ । ପିଲାଙ୍କ ପାଠ ପଢାକୁ ନେଇ ଏକ ଟ୍ୱିଟ କରି ଲେଖିଛନ୍ତି, ପିଲାଙ୍କ ପାଠ ପଢାରେ ଲାଗିବନି ଲକଡାଉନ୍ । ଭିଡିଓରେ ସୋନୁ ସୁଦ ଫାଉଣ୍ଡେସନ ତରଫରୁ ଆବଶ୍ୟକୀୟ ପିଲାଙ୍କୁ ମୋବାଇଲ ଫୋନ ଦିଆଯାଉଛି । ଫୋନ ପାଇ ପିଲାମାନେ ବହୁତ ଖୁସି ଅଛନ୍ତି । ଏବେ ଆଉ ତାଙ୍କ ଅନଲାଇନ କ୍ଲାସ୍ ମିସ୍ ହବନି କି ପାଠ ପଢାରେ ବ୍ରେକ୍ ଲାଗିବନି ।
ଦେଶରେ ଅଣାୟତ ହେଲାଣି କରୋନା ସଂକ୍ରମଣ । କରୋନା ଯୋଗୁଁ ଅନେକ ରାଜ୍ୟରେ ସ୍କୁଲ, କଲେ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଯାହାଫଳରେ ପିଲାଙ୍କ ପାଠ ପଢା ବାଧାପ୍ରାପ୍ତ ହେଉଛି । ଏପରିସ୍ଥଳେ ସୋନୁ ସୁଦ ପିଲାଙ୍କୁ ପାଠ ପଢାରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । 
ପ୍ରବାସୀଙ୍କୁ ସାହାଯ୍ୟ କରିବା ସହ ଅନେକ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିସାରିଲେଣି ରିୟଲ ହିରୋ ସୋନୁ । ସୋନୁ ବର୍ତ୍ତମାନ ନିଜେ କରୋନା ସଂକ୍ରମିତ । ଆଗକୁ ମଧ୍ୟ ତାଙ୍କର ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି । ବିଶାଳ ହୃଦୟବାନ ଅଭିନେତା ସୋନୁ ସୁଦଙ୍କ ଆରୋଗ୍ୟ କାମନା କରିଛନ୍ତି ତାଙ୍କ ଫ୍ୟାନ୍ ।
Leave A Reply

Your email address will not be published.