Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୧୭୪୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ଆଜି ସୁସ୍ଥ ହୋଇଛନ୍ତି ୧୭୪୦ ଆକ୍ରାନ୍ତ । ନୂଆପଡ଼ାରୁ ସର୍ବାଧିକ ୩୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୩୧୭ ଓ ଖୋର୍ଦ୍ଧାରୁ ୧୫୨ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସେହିପରି ବଲାଙ୍ଗିରରୁ ୮୭ ଜଣ ସୁସ୍ଥ ହୋଇଥିବା ବେଳେ, ସମ୍ବଲପୁରରୁ ୮୬, ନବରଙ୍ଗପୁରରୁ ୮୨, ବରଗଡ଼ରୁ ୬୪, କଟକରୁ ୫୬, କେନ୍ଦୁଝରରୁ ୪୮, ଗଞ୍ଜାମରୁ ୪୭, ଗଜପତିରୁ ୪୪, ଅନୁଗୁଳ ଓ ପୁରୀରୁ ୪୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାସହ ମୟୂରଭଞ୍ଜରୁ ୩୯, ଯାଜପୁରରୁ ୩୮, ଭଦ୍ରକରୁ ୩୬, ବାଲେଶ୍ବରରୁ ୩୩, କଳାହାଣ୍ଡିରୁ ୩୦, ଝାରସୁଗୁଡ଼ାରୁ ୨୨, ରାୟଗଡ଼ାରୁ ୨୦, କୋରାପୁଟରୁ ୧୭, ନୟାଗଡ଼ରୁ ୧୫, ସୋନପୁରରୁ ୧୩, କନ୍ଧମାଳରୁ ୧୧, ଦେବଗଡ଼ରୁ ୧୦, କେନ୍ଦ୍ରାପଡ଼ାରୁ ୬, ଜଗତସିଂହପୁରରୁ ୫, ଢ଼େଙ୍କାନାଳରୁ ୩, ମାଲକାନଗିରିରୁ ୨ ଓ ଷ୍ଟେଟ୍ ପୁଲରୁ ୩୫ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୪୯ ହଜାର ୩୭୭ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.