Latest Odisha News

BREAKING NEWS

୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ ସହର

ଭୁବନେଶ୍ବର : ପ୍ରବଳ ତାତିରେ ଆଉଟୁପାଉଟୁ ହେଲାଣି ସାରା ରାଜ୍ୟ । ଗ୍ରୀଷ୍ମ ପ୍ରବାହ ସହ ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୨ ସହର । ତେବେ ୪୨.୧ ଡିଗ୍ରୀ ତାପମାତ୍ରା ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ବାଲେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୫, କଟକରେ ୩୭.୪, ପାରାଦୀପରେ ୩୨.୧, ଭୁବନେଶ୍ବରରେ ତାପମାତ୍ରା ୩୯.୭, ଗୋପାଳପୁର ୩୨.୪, ପୁରୀରେ ୩୩.୪, ଅନୁଗୁଳ ୪୧.୯, ବାରିପଦା ୪୦, ଝାରସୁଗୁଡ଼ା ୪୦.୪, କେନ୍ଦୁଝର ୩୭.୮, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୪୧, ହୀରାକୁଦରେ ୩୯.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ୪୦.୬ ଡିଗ୍ରୀ ଥିବା ବେଳେ, କୋରାପୁଟରେ ୩୫.୬, ଫୁଲବାଣୀରେ ୪୦, ଟିଟିଲାଗଡ଼ରେ ୪୧, ଦାରିଙ୍ଗବାଡି ୩୫, ନୟାଗଡ଼ ୪୦, ବୌଦ୍ଧ ୪୨, ଛତ୍ରପୁର ଓ ପାରଳାଖେମୁଣ୍ଡିରେ ୩୪.୫ ଓ ରାୟଗଡ଼ାରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.