Latest Odisha News

BREAKING NEWS

ଉପରମୁହାଁ ପାରଦ, ୪୦ ଡିଗ୍ରୀ ଉପରେ ରାଜ୍ୟର ୬ ସହର

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ ପାରଦ । ତାତିରେ ଆଉଟୁ ପାଉଟୁ ହେଲାଣି ସାରା ରାଜ୍ୟ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୬ ସହର । ତେବେ ୪୨ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ବାଲେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୮.୪, କଟକରେ ୩୭.୬, ପାରାଦୀପରେ ୩୨, ଭୁବନେଶ୍ବରରେ ତାପମାତ୍ରା ୩୯.୨, ଗୋପାଳପୁର ୩୨, ପୁରୀରେ ୩୩, ଅନୁଗୁଳ ୪୧.୭, ବାରିପଦା ୪୦, ଝାରସୁଗୁଡ଼ା ୩୯.୪, କେନ୍ଦୁଝର ୩୮.୨, ସମ୍ବଲପୁର ୩୯.୩, ସୁନ୍ଦରଗଡ଼ରେ ୩୮.୫, ହୀରାକୁଦରେ ୩୮.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ତାଳଚେରରେ ତାପମାତ୍ରା ୪୦.୧ ଡିଗ୍ରୀ ଥିବା ବେଳେ, ଭବାନୀପାଟଣାରେ ୩୯.୫, ବଲାଙ୍ଗିରରେ ୩୯.୬, କୋରାପୁଟରେ ୩୩.୬, ଫୁଲବାଣୀରେ ୩୮, ଟିଟିଲାଗଡ଼ରେ ୪୦, ମାଲକାନଗିରିରେ ୩୭, ସୋନପୁରରେ ୪୧, ଦାରିଙ୍ଗବାଡିରେ ୩୬, ନୟାଗଡ଼ ୩୯.୫, ଛତ୍ରପୁରରେ ୩୪.୭, ପାରଳାଖେମୁଣ୍ଡିରେ ୩୫ ଓ ରାୟଗଡ଼ାରେ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.