Latest Odisha News

BREAKING NEWS

ବିଜୟ ସ୍ୱାଦ ଚାଖିଲା ହାଇଦ୍ରାବାଦ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ଏକ ଲୋ ସ୍କୋରିଂ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୯ ଉଇକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଏଥିସହ କ୍ରମାଗତ ୩ଟି ପରାଜୟ ପୋ ହାଇଦ୍ରାବାଦ ବିଜୟ ସ୍ୱାଦ ଚାଖିଛି । ପଞ୍ଜାବ ୧୨୧ ରନର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ଗୋଟିଏ ଉଇକେଟ ହରାଇ ହାଇଦ୍ରାବାଦ ହାସଲ କରି ନେଇଥିଲା । ଡେଭିଡ ୱାର୍ଣ୍ଣର ୩୭, ଜନୀ ବେୟାରଷ୍ଟୋ ୬୩(ନଟଆଉଟ) ଓ କେନ ୱିଲିୟମସନ ୧୬(ନଟଆଉଟ) ରନ କରିଥିଲେ ।

ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିବା ପଞ୍ଜାବ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ମୟଙ୍କ ଅଗ୍ରୱାଲ ୨୨ ଓ ଶାହାରୁଖ ଖାଁ ୨୨ ବ୍ୟତୀତ ଅନ୍ୟ କୌଣସି ଭଲ ପ୍ରଦର୍ଶନ କରି ନ ଥିଲେ । ଖଲୀଲ ଅହମ୍ମଦ ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ୩ଟି ଉଇକେଟ ନେଇଥିଲେ ।

Leave A Reply

Your email address will not be published.