Latest Odisha News

BREAKING NEWS

ପୁଲୱାମା ଆକ୍ରମଣ: କପିଲ୍ ଶର୍ମାଙ୍କ କମେଡ଼ି ଶୋ’ରୁ ବିଦା ହେଲେ ନଭଜ୍ୟୋତ୍ ସିଦ୍ଧୁ

ମୁମ୍ବାଇ: କପିଲ ଶର୍ମାଙ୍କ ଲୋକପ୍ରିୟ କମେଡ଼ି ଶୋ’ରେ ପ୍ରସିଦ୍ଧ କ୍ରିକେଟର୍ ନଭଜ୍ୟୋତ ସିଂ ସିଦ୍ଧୁ ରନ୍ ଆଉଟ୍ ହୋଇଯାଇଛନ୍ତି ।


ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ବିବାଦୀୟ ବୟାନବାଜି ଯୋଗୁଁ ତାଙ୍କୁ ଲୋକପ୍ରିୟ କପିଲ୍ ଶର୍ମା ଟିଭି ଶୋ’ରୁ ବାହାର କରିଦିଆଯାଇଛି । ସିଦ୍ଧୁଙ୍କ ପାକିସ୍ତାନ ସପକ୍ଷବାଦୀ ବିବାଦୀୟ ମନ୍ତବ୍ୟ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି କରିଛି ।

ପୁଲୱାମାରେ ଘଟିଥିବା ଆତଙ୍କୀ ଆକ୍ରମଣରେ ୪୨ ଜଣ ଯବାନଙ୍କ ପ୍ରାଣହାନୀ ଘଟିଥିବା ପରିପ୍ରେକ୍ଷୀରେ ସିଦ୍ଧୁ ପାକିସ୍ତାନକୁ ନିର୍ଦ୍ଦୋଶ ବୋଲି ସାବ୍ୟସ୍ତ କରିବା ସହିତ, କହିଥିଲେ ଆତଙ୍କବାଦୀଙ୍କ ଘୃଣ୍ୟ ଆକ୍ରମଣରେ କୌଣସି ଦେଶକୁ ଦାୟୀ କରିବା ଉଚିତ ନୁହେଁ ।

“ଆତଙ୍କବାଦୀମାନଙ୍କ ବର୍ବରୋଚିତ ଆକ୍ରମଣ ଲାଗି କୌଣସି ଦେଶକୁ ଦାୟୀ କରିଦେବା ଠିକ୍ ନୁହେଁ । ଆତଙ୍କବାଦୀମାନଙ୍କର କୌଣସି ଜାତି ଓ ଧର୍ମ ନଥାଏ । ଭଲ, ମନ୍ଦ ଓ ସୁନ୍ଦର ଓ କଦାକାର ରହିଛନ୍ତି । କଦାକାରଙ୍କୁ ଦଣ୍ଡ ଦେବା ଆବଶ୍ୟକ । ସେଥିଲାଗି ସମସ୍ତ ବ୍ୟକ୍ତିଙ୍କୁ ଦାୟୀ କରିବା ଠିକ୍ ନୁହେଁ, ” ବୋଲି ସେ ସିଦ୍ଧୁ କହିଛନ୍ତି ।

ଦୁଇଦିନ ଧରି ଗଣମାଧ୍ୟମରେ ଏନେଇ ଅନେକ ଖବର ପ୍ରକାଶିତ ହୋଇଛି ଯେ, ଲକ୍ଷ ଲକ୍ଷ ଭାରତୀୟ ସୋନୀ ଏଣ୍ଟରଟେନମେଣ୍ଟ ଚ୍ୟାନେଲର ପ୍ରଡ୍ୟୁସରଙ୍କୁ ଅନୁରୋଧ କରି କହିଛନ୍ତି, ଏହି ବିବାଦୀୟ ବ୍ୟକ୍ତିତ୍ୱ୍ଙ୍କୁ ତୁରନ୍ତ ଲୋକପ୍ରିୟ ଟିଭି ଶୋ’ରୁ ବହିଷ୍କାର କରାଯାଉ ।

ସମଗ୍ର ଦେଶବାସୀ ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ଲାଗି ମ୍ରିୟମାଣ ରହି ଶୋକ ପାଳନ କରୁଥିବା ବେଳେ ପଡ଼ୋଶୀ ଶତ୍ରୁ ରାଷ୍ଟ୍ରର ସମର୍ଥକ ପରି ସିଦ୍ଧୁଙ୍କ ବିବାଦୀୟ ମନ୍ତବ୍ୟ ଟିଭି ଦର୍ଶକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଇତିମଧ୍ୟରେ ଏହି ଟିଭି ଶୋ’ର ଟିମ୍ ସିଦ୍ଧୁଙ୍କୁ ଶୋ’ରୁ ଅନ୍ତର ହୋଇଯିବାକୁ କହିଛନ୍ତି ।

ସିଦ୍ଧୁଙ୍କ ଏହି ପ୍ରକାରର ବିବାଦୀୟ ବୟାନ ପରେ ଲକ୍ଷାଧିକ ଦର୍ଶକ ସିଦ୍ଧୁଙ୍କୁ କପିଲ୍ ଶର୍ମା ଶୋ’ରୁ ଅପସାରଣ କରିବା ଲାଗି ସୋସିଆଲ ମିଡ଼ିଆରେ ମେସେଜ୍ ଓ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି । ଅନେକ ଦର୍ଶକ ସିଦ୍ଧୁଙ୍କୁ କଟୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି । ଏବେ ପୂର୍ବତନ କ୍ରିକେଟର୍ ନବଜ୍ୟୋତ ସିଂ ସିଦ୍ଧୁ କଂଗ୍ରେସ ଶାସିତ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଛନ୍ତି ।

ନିକଟରେ ସିଦ୍ଧୁ ପାକିସ୍ତାନ ଗସ୍ତରେ ଯାଇ ଇମ୍ରାନ ଖାନଙ୍କ ପ୍ରଧାନମନ୍ତ୍ରୀ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା ଜୋର୍ ଧରିଥିଲା । ଖାଲି ସେତିକି ନୁହେଁ, ସିଦ୍ଧୁ ପାକିସ୍ତାନ ସେନାଧ୍ୟକ୍ଷଙ୍କୁ ମଧ୍ୟ ଆଲିଙ୍ଗନ କରିବାକୁ ପଛାଇନଥିଲେ । ଯାହାକୁ ନେଇ ଭାରତରେ କ୍ଷୋଭ ପ୍ରକାଶ ପାଇଥିଲା ।

ଯେଉଁ ଶତ୍ରୁରାଷ୍ଟ୍ରର ସେନାଧ୍ୟକ୍ଷଙ୍କ ଲାଗି ଭାରତର ଶହ ଶହ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି ତାଙ୍କୁ ଆଲିଙ୍ଗନ କରିବାଟା ଭାରତୀୟମାନେ ସହଜରେ ଗ୍ରହଣ କରିନପାରିବା ସ୍ୱାଭାବିକ ।

ଶୋ’ରୁ ତଡ଼ା ଖାଇବା ପରି ଘଟଣା ସିଦ୍ଧୁଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଅନୁ ମଲ୍ଲିକଙ୍କ ମିଠୁ ପ୍ରସଙ୍ଗକୁ ନେଇ ରାତାରାତି ଇଣ୍ଡିଆନ ଆଇଡ଼ଲ୍ ଶୋ’ରୁ ବାହାର କରିଦିଆଯାଇଥିଲା ।

Leave A Reply

Your email address will not be published.