Latest Odisha News

BREAKING NEWS

ଜମ୍ମୁ ଓ କାଶ୍ମୀରରେ ପୁଣି ଆଇଇଡି ବିସ୍ଫୋରଣ, ସେନା ଅଧିକାରୀ ନିହତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଘଟିଥିବା ବର୍ବରୋଚିତ ଆତ୍ମଘାତୀ ଆକ୍ରମଣକୁ ୪୮ ଘଣ୍ଟା ନପୁରୁଣୁ ରଜୌରୀଠାରେ ନୌଶେରା ସେକ୍ଟରର ଲାମ୍ ଅଞ୍ଚଳରେ ଆଇଇଡି ବିସ୍ଫୋରଣ ଘଟି ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଭାରତ-ପାକ ସୀମାର ନିୟନ୍ତ୍ରଣ ରେଖା ନିକଟରେ ଶନିବାର ଦିନ ଯବାନମାନେ ପେଟ୍ରୋଲିଂ କରୁଥିବାବେଳେ ରାସ୍ତାକଡରେ କିଛି ପୋତାଯାଇଥିବା ନେଇ ସେମାନଙ୍କର ସନ୍ଦେହ ବଢିଥିଲା । ଉକ୍ତ ସ୍ଥାନକୁ ଯାଇ ପରିକ୍ଷା କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା ।

ଏହି ବିସ୍ଫୋରଣରେ ଜଣେ ସେନା ଅଧିକାରୀ ନିହତ ହୋଇଥିବା ନେଇ ଏକ ଗଣମାଧ୍ୟମ ସୁତ୍ରରୁ ପ୍ରକାଶ ।

ପୁଲୱାମାଠାରେ ସିଆରପିଏଫ୍ ଯବାନ ଯାଉଥିବା ବସ୍ ଉପରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୪୦ରୁ ଊର୍ଦ୍ଧ୍ୱ ସିଆରପିଏଫ୍ ଯବାନ ସହିଦ ହେବା ଘଟଣାର ନୌଶେରା ସେକ୍ଟରର ଲାମ୍ ଅଞ୍ଚଳରେ ପୁଣି ଆଇଇଡି ଠାବ ହେବା ସୁରକ୍ଷାବଳଙ୍କ ଚିନ୍ତା ବଢ଼ାଇଦେଇଛି।

Leave A Reply

Your email address will not be published.