Latest Odisha News

BREAKING NEWS

ଆଜି ଭଦ୍ରକ ଠାର ଏକ ସମାବେଶରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ

ଭଦ୍ରକ : ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଦିନିକିଆ ଓଡିଶା ଗସ୍ତରେ ଆସି ରବିବାର ଦିନ ଭଦ୍ରକ ଗସ୍ତ କରିବେ ।

ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ କେନ୍ଦ୍ରମନ୍ତ୍ରୀ ବାସୁଦେବପୁର ବ୍ଲକରେ ପହଞ୍ଚି ଇରମା ଠାରେ ରହିଥିବା ସହିଦ ସ୍ତମ୍ଭ ପୁଷ୍ପ ମାଲ୍ୟାର୍ପଣ କରିବେ । ସେଠାରୁ ପ୍ରାୟ ୧୧ଟା ବେଳକୁ ଭଦ୍ରକାଳୀ ଦେବୀ ପୀଠ ଅଭିମୁଖେ ଯାତ୍ରା କରିବେ । ପରବର୍ତ୍ତୀ ସମୟରେ ଭଦ୍ରକ ଉପକଣ୍ଠ ରାଣୀତାଲରେ ଏକ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ବୁଥ୍ ସ୍ତରୀୟ କର୍ମୀ ଓ କାର‌୍ୟ୍ୟକର୍ତ୍ତାଙ୍କ ସହ ବୈଠକରେ ଯୋଗଦେବେ ।
ଆହୁରି ମଧ୍ୟ ଭଦ୍ରକ ସମାବେଶ ବ୍ୟତୀତ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଦଳୀୟ କର୍ମକର୍ତ୍ତାଙ୍କ ସହ ବୈଠକରେ ଯୋଗଦେବେ ।

କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିବା ବେଳେ ସଶସ୍ତ୍ର ପୋଲିସ ବାହିନୀ ସହ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.