ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ଏନ୍. ଭି. ରମନା । ସେ ହୋଇଛନ୍ତି ଦେଶର 48ମତ ପ୍ରଧାନ ବିଚାରପତି । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ କୋଭିଡ୍ ପ୍ରୋଟୋକଲ୍ ଅନୁସାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ହାତଗଣତି ବିଚାରପତି ଓ ଅତିଥି ଉପସ୍ଥିତ ଥିଲେ । ପ୍ରଧାନ ବିଚାରପତି ପଦବୀରେ ବର୍ଷେ ଚାରି ମାସ ରହିବେ ଜଷ୍ଟିସ ରମନା ।

୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପ୍ରଦେଶରେ କୃଷ୍ଣା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ରମନା । ଏକ କୃଷକ ପରିବାରରେ ତାଙ୍କ ଜନ୍ମ । ପୁରା ନାଁ ନଥାଲପତି ଭେଙ୍କଟ ରମନା । ୨୦୦୦ ମସିହାରେ ଜଷ୍ଟିସ ରମନ୍ନା ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭବାରେ ନିଯୁକ୍ତି ପାଇଥିଲେ । ୨୦୧୩ରେ ଆନ୍ଧ୍ର ହାଇକୋର୍ଟରେ ଦୁଇ ମାସ ଥିଲେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି । ୨୦୧୩ ସେପ୍ଟେମ୍ବରରେ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ଜଷ୍ଟିସ ରମନା । ୨୦୧୪ ଫେବ୍ରୁଆରୀ ୧୭ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବରେ ନିଯୁକ୍ତି ମିଳିଥିଲା ।
BREAKING NEWS
- Police Clash: IIC ଓ ASI ମଧ୍ୟରେ ହାତାହାତି; ଆକ୍ସନ ନେଲେ ଏସ୍ପି
- ଦିଲ୍ଲୀ ପହଞ୍ଚିଲେ ଋଷିଆ ରାଷ୍ଟ୍ରପତି ପୁଟିନ୍, ପାଲାମ ବିମାନବନ୍ଦରରେ ଭବ୍ୟ ସ୍ୱାଗତ
- ଆପଣ ବି ବାଜପେୟୀ ହୋଇପାରିବେ, ବିଜେପିରେ ଜଏନ୍ କରି ଯାଆନ୍ତୁ: ରାହୁଲଙ୍କୁ କଙ୍ଗନାଙ୍କ ପରାମର୍ଶ
- ଲେଡି ସାଇକୋ କିଲର୍: ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ୪ ଶିଶୁଙ୍କୁ ହତ୍ୟା
- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା; ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ
- ନୂଆବର୍ଷରେ କିଏ ହେବେ ରାଜା କିଏ ମନ୍ତ୍ରୀ ? ୨୦୨୬ର ଗ୍ରହ ଚଳନ ଓ ଭବିଷ୍ୟବାଣୀ
- ସାମ୍ବାଦିକଙ୍କୁ ମିଳିବ କି ପେନସନ୍; ଜାଣନ୍ତୁ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ…
- ସରକାରଙ୍କ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି…
- ମସଜିଦ ବଞ୍ଚାଇ ଦେଲା ହିନ୍ଦୁଙ୍କ ଜୀବନ, ଭାଇରାଲ ହେଉଛି ଭିଡିଓ
- ଅଷ୍ଟ୍ରେଲିଆରେ ରୁଟଙ୍କ ପ୍ରଥମ ଶତକ, ଇଂଲଣ୍ଡ ୩୨୫/୯
Comments are closed.