Latest Odisha News

BREAKING NEWS

କରୋନା ଟିକାକରଣରେ ସାହାଯ୍ୟ କରିବାକୁ ୨୦ ଧନୀ ଭାରତୀୟଙ୍କୁ ନିବେଦନ କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ଜାତୀୟ ମୁଖପାତ୍ର ଡ. ଅମର ପଟ୍ଟନାୟକ ଶନିବାର ଦିନ ଶ୍ରେଷ୍ଠ ୨୦ ଧନୀ ଭାରତୀୟଙ୍କୁ ମାତୃଭୂମି ପ୍ରତି କର୍ତ୍ତବ୍ୟର ଏକ ଅଂଶ ଭାବରେ ଅତି କମରେ ୨୫ ପ୍ରତିଶତ ଭାରତୀୟଙ୍କ ଟିକାକରଣ ଭାର ବହନ କରିବାକୁ ଆହ୍ବାନ କରିଛନ୍ତି।

ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଆପଣମାନେ କେବଳ ଗୋଟିଏ ବର୍ଷର ଲାଭରୁ ଏହା କରିପାରିବେ।

ମୁଁ ଶ୍ରେଷ୍ଠ ୨୦ ଧନୀ ଭାରତୀୟ ତଥା କମ୍ପାନୀକୁ ନିବେଦନ କରୁଛି! ମାତୃଭୂମି ପ୍ରତି ତୁମର କର୍ତ୍ତବ୍ୟର ଅଂଶ ଭାବରେ ଆପଣ ପ୍ରତିଶତ ଭାରତୀୟଙ୍କ ଟିକାକରଣର ଭାର ତୁଲାଇ ପାରିବେ ନାହିଁ?

ମହାମାରୀରେ ଲକ୍ଷ ଲକ୍ଷ ଭାରତୀୟ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥିବାବେଳେ ସେହି ସମୟରେ ଭାରତୀୟ ବିଲିୟନେୟାରଙ୍କ ସମ୍ପତ୍ତି ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ସେ ଅନ୍ୟ ଏକ ଟ୍ୱିଟରେ ମଧ୍ୟ କହିଛନ୍ତି।

Comments are closed.